ଗଂଜାମ ହିଞ୍ଜିଳିରେ ନୂଆ ଦୌରା ଜଜ୍ କୋର୍ଟ ଉଦଘାଟନ । ରାଜ୍ୟର ପ୍ରତି ଘରେ ଆଇନ ସେବା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଗଂଜାମ ହିଞ୍ଜିଳିରେ ନୂଆ ଦୌରା ଜଜ୍ କୋର୍ଟ ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ହିଞ୍ଜିଳିବାସୀଙ୍କ ଅନେକ ଦିନର ସ୍ୱପ୍ନ ପୂରଣ ହୋଇଛି ବୋଲି କହିଛନ୍ତି ନବୀନ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ସହ ଉଦଘାଟନୀ ଉତ୍ସବରେ ଭର୍ଚୁଆଲରେ ଉପସ୍ଥିତ ରହି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର କହିଛନ୍ତି ଯେ ରାଜ୍ୟରେ ଲୋକଙ୍କୁ ନ୍ୟାୟ ମିଳିବା ପ୍ରକ୍ରିୟାରେ ଉନ୍ନତି ଘଟିଛି । ଟେକ୍ନୋଲଜିର ବ୍ୟବହାର ଦ୍ବାରା ନ୍ୟାୟ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି ବୋଲି କହିଛନ୍ତି ମୁଖ୍ୟ ବିଚାରପତି । ହିଞ୍ଜିଳିରେ ଦୌରା ଜଜ୍ କୋର୍ଟ ପ୍ରତିଷ୍ଠା ଦ୍ବାରା ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକ ବେଶ୍ ଉପକୃତ ହେବେ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ