The Topmost

“The eyes believe themselves, the ears believe other people.”

ହିଂସାର ନିଆଁରେ ଜଳୁଛି ହରିୟାଣା

ଧାର୍ମିକ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ବିବାଦରୁ ଗଣ୍ଡଗୋଳ । ହିଂସାର ନିଆଁରେ ଜଳୁଛି ହରିୟାଣା । ଗୁରୁଗ୍ରାମ ପର୍ଯ୍ୟନ୍ତ ଏହି ଅଶାନ୍ତି ବ୍ୟାପି ଥିବାବେଳେ ପଥର ମାଡ଼ ସାଙ୍ଗକୁ ପୋଡାଜଳା ମଧ୍ୟ ହୋଇଛି । ଫଳରେ ୨ ଜଣ ହୋମାଗାର୍ଡଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୧୦ ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଘଟଣାକୁ ନେଇ ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି ହୋଇଛି । ଏହାସହ ସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି । ହରିୟାଣାର ମୁସଲିମ ବହୁଳ ଅଞ୍ଚଳ ନୁହରେ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବ୍ରିଜମଣ୍ଡଳ ଜଳାଭିଷେକ ଯାତ୍ରା ଚାଲିଥିବା ବେଳେ ହଠାତ୍ ପଥର ମାଡ଼ କରିଥିଲେ କିଛି ଯୁବଗୋଷ୍ଠୀ । ପରବର୍ତ୍ତୀ ସମୟରେ ଏହା ଭୟଙ୍କର ରୂପ ନେଇଥିଲା । ସଂଘର୍ଷରେ କିଛି କାର ଜଳି ଯାଇଥିବାବେଳେ ହରିୟାଣା ପୋଲିସ ଗଣ୍ଡଗୋଳକାରୀଙ୍କୁ ଘଉଡ଼ାଇବା ପାଇଁ ଲୁହାବୁହା ଗ୍ୟାସ ପ୍ରୟୋଗ କରିଥିଲା ।