ହାଇଦ୍ରାବାଦ ଅର୍ନ୍ତଜାତୀୟ ବିମାନବନ୍ଦରରେ ବିଶ୍ୱର ସବୁଠୁ ବଡ କାର୍ଗୋ ବିମାନ । ମଙ୍ଗଳବାର ଏଠାରେ ଏୟାରବସ୍ ବେଲୁଗା ଅବତରଣ କରିଛି । ଇଏ ଏଭଳି ଏକ କାର୍ଗୋ ବିମାନ ଯେଉଁଥିରେ ଆମେରିକାର କେନେଡି ସ୍ପେସ୍ ସେଣ୍ଟରକୁ ସାଟେଲାଇଟ୍ ବୁହା ହୋଇ ପଠାଯାଇଛି । ସାଟେଲାଇଟକୁ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ କେବଳ ଏହି କାର୍ଗୋ ବିମାନ ଦ୍ୱାରା ନିଆଯିବା ସମ୍ଭବ । ଏହି କାର୍ଗୋ ବିମାନର ରୂପ ଏଭଳି ରହିଛି କି ଏହା ଏକ ବଡ ହ୍ୱିଲ ମାଛ ପରି ଦେଖାଯାଏ । ଏହା ଏକମାତ୍ର ଟୁଇନ ଇଞ୍ଜିନ ୱାଇଡବର୍ଡି ଜେଟ୍ ଏୟାରଲାଇନର ଅଟେ । ଏହା ପୂର୍ବରୁ ଦୁନିଆର ସବୁଠୁ ବଡ କାର୍ଗୋ ବିମାନର ନାଁ ଥିଲା ଆଣ୍ଟୋନଭ ଏନ-୨୨୫ ମିରିଆ । ଯାହାକି ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ଧ୍ୱଂସ ପାଇଥିଲା ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ