ହାଇକୋର୍ଟ ଯିବେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା । ଡିସେମ୍ବରରେ ଲୋକସଭାରୁ ବହିଷ୍କୃତ ହୋଇଥିବା ତୃଣମୂଳ ସାଂସଦ ମହୁଆ ମୋଇତ୍ରାଙ୍କୁ ପୁଣିଥରେ ସରକାରୀ ଘର ଛାଡିବାକୁ ନୋଟିସ୍ । ମଙ୍ଗଳବାର ତାଙ୍କ ସରକାରୀ ବଙ୍ଗଳାକୁ ତୁରନ୍ତ ଖାଲି କରିବାକୁ କୁହାଯାଇଛି । ଟିଏମସି ନେତ୍ରୀଙ୍କୁ ଇଷ୍ଟେଟ ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ସମ୍ପଦା ନିର୍ଦ୍ଦେଶାଳୟ ସରକାରୀ ସମ୍ପଦା ପରିଚାଳନା ପାଇଁ କାର୍ଯ୍ୟ କରିଥାଏ । ନୋଟିସରେ କୁହାଯାଇଛି ଯେ ଯଦି ମହୁଆ ନିଜେ ବଙ୍ଗଳା ଖାଲି ନ କରନ୍ତି, ତେବେ ଆବଶ୍ୟକ ପଡ଼ିଲେ ଏଥିପାଇଁ ବଳ ପ୍ରୟୋଗ ମଧ୍ୟ କରାଯାଇପାରିବ । ଏବେ ମହୁଆ ପୁଣିଥରେ ନୋଟିସକୁ ଚ୍ୟାଲେଞ୍ଜ କରିବା ନେଇ ସୂଚନା ମିଳିଛି । ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଂଚ ନେବା ମାମଲାରେ ସଂସଦୀୟ କମିଟି ମହୁଆଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ସଂସଦରୁ ତାଙ୍କୁ ବହିଷ୍କାର କରାଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା