ମୁମ୍ବାଇ :ମାର୍ଚ୍ଚ ୦୧: ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲିକ ଗଲେ ହାଇକୋର୍ଟକୁ । ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମଙ୍କ ସହ ସମ୍ପୃକ୍ତି ନେଇ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦ୍ୱାରା ପଞ୍ଜୀକୃତ ଅର୍ଥ ହେରଫେର ମାମଲାକୁ ରଦ୍ଦ କରିବାକୁ ମଙ୍ଗଳବାର ବମ୍ବେ ହାଇକୋର୍ଟଙ୍କ ପାଖରେ ନିବେଦନ କରିଛନ୍ତି । ମଲିକ ତାଙ୍କ ପିଟିସନରେ କହିଛନ୍ତି ଯେ ତାଙ୍କ ଗିରଫଦାରି ବେଆଇନ ଏବଂ ତାଙ୍କୁ ତୁରନ୍ତ ମୁକ୍ତ କରାଯାଉ। ଇଡି ଏହି ମାମଲରେ ନବାବ ମଲିକଙ୍କ ପୁଅ ଫାରାଜ ମଲିକଙ୍କୁ ମଧ୍ୟ ଡକାଇଛି। ମାର୍ଚ୍ଚ ୩ ପର୍ଯ୍ୟନ୍ତ ମଲିକଙ୍କୁ ଇଡି ହେପାଜତରେ ରିମାଣ୍ଡରେ ନିଆଯାଇଛି। ଟଙ୍କା ହେରଫେର ମାମଲାରେ ତାଙ୍କୁ ମୁମ୍ବାଇର ଏକ କୋର୍ଟ ସାତ ଦିନ ପାଇଁ ଇଡି ହେପାଜତକୁ ପଠାଇ ଦେଇଛନ୍ତି। ଏହାପୂର୍ବରୁ ଫେବୃଆରୀରେ ଅର୍ଥ ହେରଫେର ମାମଲାରେ ମୁମ୍ବାଇର ଦାଉଦ ଇବ୍ରାହିମଙ୍କ ଭଉଣୀ ହସିନା ପାର୍କରଙ୍କ ବାସଭବନରେ ଇଡି ଚଢାଉ କରିଥିଲା । ତେବେ କୋର୍ଟ ତାଙ୍କ କଥାକୁ କେତେ ପରିମାଣରେ ଗ୍ରହଣ କରୁଛନ୍ତି ବା ତାଙ୍କୁ ଦୋଷୀ ସାବ୍ୟସ୍ତ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
More Stories
2026 ରେ କରନ୍ତୁ ଏହି ମ୍ୟାନିଫେଷ୍ଟେସନ୍, ବଦଳିଯିବ ଜୀବନ
ଶୀତରୁ ବଞ୍ଚିବାର ସହଜ ଉପାୟ
କାହିଁକି ଅଟକିଲା ସାହିତ୍ୟ ଅକାଡେମୀ ଆୱାର୍ଡ