ହାଇକୋର୍ଟ ଆନୁକୂଲ୍ୟରେ ଜାତୀୟ ସମ୍ମିଳନୀ । କଟକସ୍ଥିତ ଓଡ଼ିଶା ଜୁଡିସିଆଲ ଏକାଡେମୀ ପରିସରରେ ଡିଜିଟାଇଜେସନ, ପେପର୍ ଲେସ୍ କୋର୍ଟ ଓ ଇ-ଇନିସିଏଟିଭ୍ ଶୀର୍ଷକ ଜାତୀୟ ସମ୍ମିଳନୀ ଚାଲିଛି । ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ସୁପ୍ରିମକୋର୍ଟର ପ୍ରଧାନମନ୍ତ୍ରୀ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ, ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ରାଜେଶ ବିନ୍ଦାଲ ପ୍ରମୁଖ ଅତିଥି ଯୋଗ ଦେଇଛନ୍ତି । ଏହାସହ ବିଭିନ୍ନ ରାଜ୍ୟର ହାଇକୋର୍ଟ ବିଚାରପତି ସାମିଲ ହୋଇଛନ୍ତି । ଡିଜିଟାଇଜେସନ ଓ ପେପର ଲେସ୍ କୋର୍ଟକୁ କାର୍ଯ୍ୟକାରି କରିବାରେ ଓଡ଼ିଶା ଏବେ ସାରା ଦେଶରେ ରୋଲ୍ ମଡେଲ ସାଜିଛି । ଏ ସଂପର୍କରେ ଦୁଇ ଦିନରେ ବିସ୍ତୃତ ଭାବେ ଆଲୋଚନା କରାଯିବ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ