ଚୀନରେ କରୋନା ସ୍ଥିତି ସାଂଘାତିକ । ଲଗାତାର 5 ଦିନ ଧରି ଚୀନରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ବଢୁଛି ହସ୍ପିଟାଲରେ ଆଡମିଶନ୍ । ହସ୍ପିଟାଲ ଫୁଲ୍, ଶ୍ମଶାନରେ ଜାଗା ମିଳୁନି । ଶବଦାହ ପାଇଁ ଶ୍ମଶାନ ବାହାରେ ପରିଜନଙ୍କ ଲମ୍ବାଧାଡ଼ି । କରୋନା କଟକଣାକୁ ନେଇ ଦେଶବ୍ୟାପୀ ବିଦ୍ରୋହ ପରେ କଟକଣା କୋହଳ କରି ଦିଆଯାଇଛି । କଟକଣା ହଟିବା ପରେ ସାରା ଦେଶରେ ମାଡୁଛି ସଂକ୍ରମଣ । ଲକ୍ଷାଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ହସ୍ପିଟାଲରେ ବି ଗୁରୁତର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ପ୍ରାୟ ୬୦ ପ୍ରତିଶତ ନାଗରିକ କରୋନା ସଂକ୍ରମିତ ହେବେ ଓ ଲକ୍ଷାଧିକଙ୍କର ମୃତ୍ୟୁ ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ମହାମାରୀ ବିଶେଷଜ୍ଞ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ