The Topmost

“The eyes believe themselves, the ears believe other people.”

ହସପିଟାଲରେ ଭର୍ତ୍ତି ହେଲେ ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ

ଓ୍ବାସରୁମରେ ପଡି ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଆହତ । ତିହାଡ ଜେଲରେ ଥିବା ସତ୍ୟେନ୍ଦ୍ର ଆଜି ଆହତ ହେବା ପରେ ତାଙ୍କୁ ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ଏକ ସପ୍ତାହ ମଧ୍ୟରେ ସତ୍ୟେନ୍ଦ୍ରଙ୍କୁ ଦ୍ବିତୀୟ ଥର ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତିହାଡ଼ ଜେଲ ଡିଜିଙ୍କ ଅନୁସାରେ ସତ୍ୟେନ୍ଦ୍ରଙ୍କୁ ସେଲ ନମ୍ବର ୭ରେ ରଖାଯାଇଥିଲା । ଆଜି ଭୋର ୬ଟାରେ ସେ ଓ୍ବାସରୁମରେ ପଡିଯିବାରୁ ଆହତ ହୋଇଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କର ବିଭିନ୍ନ ଚିକିତ୍ସା କରାଯାଉଛି । ତାଙ୍କ ସ୍ପାଇନାଲ ସର୍ଜରୀ କରାଯିବ ବୋଲି ସେ କହିଛନ୍ତି । ସତ୍ୟେନ୍ଦ୍ରଙ୍କ ଓଜନ ୩୫ କିଲୋଗ୍ରାମ ହ୍ରାସ ପାଇଛି ବୋଲି ଆପ୍ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଗତ ସୋମବାର ମେରୁଦଣ୍ଡରେ ସମସ୍ୟା ଦେଖାଦେବାରୁ ସତ୍ୟେନ୍ଦ୍ରଙ୍କୁ ଦିଲ୍ଲୀ ସଫରଦରଜଙ୍ଗ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ଏନେଇ ସତ୍ୟେନ୍ଦ୍ରଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ।