ବିଶ୍ବସ୍ତରୀୟ ମଞ୍ଚରେ ନେପାଳର କାଠମାଣ୍ଡୁରେ ସମ୍ମାନିତ ହେବେ ପଦ୍ମଶ୍ରୀ ହଳଧର ନାଗ । ଏଥିପାଇଁ ଆଜି ସେ କାଠମାଣ୍ଡୁ ଗସ୍ତ କରିଛନ୍ତି । ବରଗଡ ଜିଲ୍ଲା ତଥା ସାରା ଓଡିଶାର ଗର୍ବ ଓ ଗୌରବ ପଦ୍ମଶ୍ରୀ ହଳଧର ନାଗଙ୍କ ଦ୍ବାରା ସମ୍ବଲପୁରୀ ଭାଷାରେ ଲିଖିତ କବିତା ସାରା ବିଶ୍ବରେ ନାମ କରିଥିବା ବେଳେ, ତାଙ୍କୁ କାଠମାଣ୍ଡୁର ବିଶ୍ବସ୍ତରୀୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନିମନ୍ତ୍ରିତ କରାଯାଇଛି । Madness and an ethology of world poetry ନାମକ ବିଶ୍ବସ୍ତରୀୟ ପୁସ୍ତକରେ ହଳଧର ନାଗଙ୍କ ସମ୍ବଲପୁରୀ କବିତା ନାନା ପାଗଳର ଇଂରାଜୀ ଅନୁବାଦିତ Holy Madness ଲେଖାଟି ସ୍ଥାନ ପାଇଛି । କାର୍ଯ୍ୟକ୍ରମରେ କାଠମାଣ୍ଡୁ ମେୟର, ଡେପୁଟି ମେୟର ଏବଂ ସେଠାକାର ଅମ୍ବାସଡ଼ର ଉପସ୍ଥିତ ରହିବେ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ