ହଲିଉଡରେ ହଲଚଲ । ୬୩ବର୍ଷ ପରେ ହଲିଉଡ ଉପରକୁ ମାଡ଼ି ଆସିଛି ବଡ ବିପଦ । ଯେଉଁଠି ସ୍ଥାନୀୟ କଳାକାରଙ୍କୁ ନେଇ ସବୁବେଳେ ଚଳଚଂଚଳ ରହିଥାଏ ସେଠି ଏବେ ଶୁଭୁଛି ପ୍ରତିବାଦ ଓ ଦାବି ପୂରଣ ପାଇଁ ସ୍ଲୋଗାନ । ଦୁଇଟି ଦାବି ପୂରଣ ପାଇଁ ଚାଲିଛି ପ୍ରଦର୍ଶନ । ବେଶ କିଛି ଦିନ ହେବ ହଲିଉଡର ନାଁ କରା ଲେଖକ ଆନ୍ଦୋଳନକୁ ଓହ୍ଲାଇଥିଲେ । କମ ପାରିଶ୍ରମିକକୁ ବିରୋଧ କରି ଆସୁଛନ୍ତି କଳାକାର । ସେପଟେ ଆଟିଫିସିଆଲ ଇଂଟେଲିଜେନ୍ସକୁ ହଲିଉଡର ଏଟ୍ର୍ରିଂକୁ ମଧ୍ୟ ସେମାନେ ବିରୋଧ କରୁଛନ୍ତି । ତେବେ ଲେଖକଙ୍କୁ ସମର୍ଥନ ଜଣାଇ ହଲିଉଡ କଳାକାରମାନେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୧୬ହଜାର କଳାକାରଙ୍କ ପ୍ରତିନିଧିତ୍ୱ କରୁଥିବା ସ୍କ୍ରିନ ଆକ୍ଟସ ଗିଲଡ କହିଛି ପ୍ରଯୋଜନା ସଂସ୍ଥା ଓ ନିର୍ମାତାଙ୍କ ସହ ଆଲୋଚନା ବିଫଳ ହୋଇଛି । ତେଣୁ ଆଗକୁ ଅଧିକ ଉଗ୍ର ହେବ ଆନ୍ଦୋଳନ ଓ ହଲିଉଡକୁ ମଧ୍ୟ ବଡ କ୍ଷତି ସହିବାକୁ ପଡିପାରେ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍