ବଲିଉଡର ପ୍ରସିଦ୍ଧ କଳାକାର ଶବାନା ଆଜମୀ ଖୁବଶୀଘ୍ର ଏକ ହଲିଉଡ୍ ସିରିଜରେ ନଜର ଆସିବେ । ଏହାର ନାମ ରହିଛି ‘ହାଲୋ’ । ଏଥିରେ ଶବାନାଙ୍କ ସହ ହଲିଉଡ୍ର ଲୋକପ୍ରିୟ କଳାକାର ନାଟାଚା ମ୍ୟାକେଲହୋନ୍ ଏବଂ କେଟ୍ କେନେଡି ଅଭିନୟ ମଧ୍ୟ କରୁଛନ୍ତି । ଶବାନା ଏହି ଶୋରୁ ତାଙ୍କ ଲୁକ୍କୁ ସୋସିଆଲ ମିଡିଆରେ ସେୟାର କରି ତାଙ୍କ ଭୂମିକାରେ ସମ୍ପର୍କରେ ଲେଖିଛନ୍ତି । ହାଲୋ ସିରିଜରେ ଆଡମିରାଲ ପାରାନଗୋସ୍କି ଚରିତ୍ରରେ ଶବାନା ଅଭିନୟ କରୁଛନ୍ତି । ଏଥିସହ ଏହା ତାଙ୍କର ପ୍ରଥମ କଲର୍ ବ୍ଲାଇଣ୍ଡ୍ କାଷ୍ଟିଂ ଫିଲ୍ମ । ସିରିଜଟି ୨୪ ମାର୍ଚ୍ଚରେ ମୁକ୍ତିଲାଭ କରିବ । ଏହି ସିରିଜକୁ ନେଇ ଶବାନା ଖୁବ ଉତ୍ସାହିତ ଅଛନ୍ତି । ତାଙ୍କ ବୋହୂ ଶିବାନୀ ଦାଣ୍ଡେକର ମଧ୍ୟ ଏହାକୁ ନେଇ ନିଜର ଖୁସି ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ପ୍ରକାଶ କରିଛନ୍ତି । ସେପଟେ ଶବାନା ତାଙ୍କ ଆଗାମୀ ବଲିଉଡ୍ ଫିଲ୍ମ ‘ରକି ଓର୍ ରାନୀ କି ପ୍ରେମ କାହାଣୀ’ରେ ବ୍ୟସ୍ତ ଅଛନ୍ତି ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ