ହରିୟାଣା ହିଂସାକୁ ନେଇ ଗୃହମନ୍ତ୍ରୀ ଅନୀଲ ବିଜ୍ ଙ୍କ ବୟାନ୍ । ହରିୟାଣା ହିଂସା ପଛରେ ସୋସିଆଲ ମିଡିଆର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସାମାଜିକ ଗଣମାଧ୍ୟମରେ ଉତ୍ତେଜିତ କଲା ଭଳି ପୋଷ୍ଟ ସେୟାର ଦ୍ବାରା ହିଂସା ଆହୁରି ଜୋର ଧରିଥିଲା । ଲୋକେ ଉତ୍ତେଜିତ ହୋଇ ହିଂସାରେ ସାମିଲ ହୋଇଥିଲେ । ଏଭଳି ବୟାନ ଦେଇଛନ୍ତି ହରିୟାଣା ଗୃହମନ୍ତ୍ରୀ ଅନୀଲ ବିଜ୍ । ଏଥିପାଇଁ ଏକ ତିନି ଜଣିଆ କମିଟି ଗଠନ ହୋଇଛି । ସୋସିଆଲ ମିଡିଆରେ ୨୧ ଜୁଲାଇରୁ ୩୧ ଜୁଲାଇ ମଧ୍ୟରେ ହିଂସାକାଣ୍ଡକୁ ନେଇ ହୋଇଥିବା ପୋଷ୍ଟକୁ ସମୀକ୍ଷା କରାଯିବ । ଯେଉଁମାନେ ଏଭଳି ପୋଷ୍ଟ କରିଥିବେ ସେମାନଙ୍କୁ ଉଚିତ ଦଣ୍ଡ ଦିଆଯିବ । ଏଥିସହ ଲୋକଙ୍କୁ ଏଭଳି ପୋଷ୍ଟ ସୋସିଆଲ ମିଡିଆରେ ସେୟାର ନକରିବାକୁ ପରାମର୍ଶ ଦେଇଛନ୍ତି ଗୃହମନ୍ତ୍ରୀ ଅନିଲ ବିଜ୍ । ସେପଟେ ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ମନୋହାର ଲାଲ ଖଟ୍ଟର । ରାଜ୍ୟରେ ସମସ୍ତଙ୍କୁ ପୋଲିସ ସୁରକ୍ଷା ଦେବା ସମ୍ଭବ ନୁହେଁ । ତେଣୁ ନିଜେ ନିଜର ସୁରକ୍ଷା ଦାୟିତ୍ବ ନିଅନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍