The Topmost

“The eyes believe themselves, the ears believe other people.”

ହରିୟାଣାର କୈଥଲରେ ଆତଙ୍କୀ ଆକ୍ରମଣ ଷଡଯନ୍ତ୍ର ହେଲା ବିଫଳ

ହରିୟାଣାର କୈଥଲରେ ଆତଙ୍କୀ ଆକ୍ରମଣ ଷଡଯନ୍ତ୍ର ହେଲା ବିଫଳ । ଏକ ଲୁହା ବାକ୍ସରୁ ଏକ କେଜି ଆଇଇଡି ଜବତ କରିଛି ପୋଲିସ । ବମ୍ ନିରୋଧକ ଟିମ୍ ବିସ୍ଫୋରକକୁ ନିଷ୍କ୍ରିୟ କରିଛନ୍ତି । ଏହାସହ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ ମଧ୍ୟ କରାଯାଇଛି । ତେବେ ଏହି ଆଇଇଡି କିଏ ରଖିଥିଲା ଏବଂ କେଉଁ ଉଦ୍ଦେଶ୍ୟରେ ରଖିଥିଲା ତାର ତଦନ୍ତ ଚାଲିଛି । ବଡ଼ଧରଣର ଆତଙ୍କୀ ଆକ୍ରମଣ କରିବାର ଯୋଜନା ହେଉଥିବା ଅନୁମାନ କରାଯାଉଛି । ହରିୟାଣା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସକୁ ଏହାର ଗୁଇନ୍ଦା ସୂଚନା ମିଳିଥିଲା । ପୋଲିସ କହିଛି ଯେ, ଆଇଇଡି ଆରଡିଏକ୍ସରେ ଭରି ରହିଥିଲା ଏବଂ ଜିନ୍ଦ ରୋଡରେ କାଞ୍ଚି ଚୌକର ଏକ ଗାଁର ରାସ୍ତା କଡ଼ରୁ ଏହାକୁ ଜବତ କରାଯାଇଛି ।