() ହରିପୁର ବଳଙ୍ଗା ରାସ୍ତାର ଦକ୍ଷିଣ ରାଡାସ ଗାଁରେ ପୋଲିସର ଚଢାଉ । ଏଏସଆଇଙ୍କ ନେତୃତ୍ବରେ ଏହି ଚଢ଼ାଉ ହୋଇ ଥିବାବେଳେ ୭୮ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ତେବେ ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୮ ଲକ୍ଷ ହେବ । ଏଥିସହିତ ଗୋଟିଏ କାର, ବାଇକ, ୩ଟି ମୋବାଇଲ୍ ଏବଂ ନଗଦ ୨, ୧୫୦ ଟଙ୍କା ମଧ୍ୟ ଜବତ କରିଥିଲା ବଳଙ୍ଗା ଥାନା ପୁଲିସ । ଘଟଣାରେ ଚନ୍ଦନ ପାତ୍ର ଓ ପ୍ରଭାତ ସ୍ବାଇଁ ନାମକ ୨ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍