ମହାମାରୀ କରୋନା ସଂକ୍ରମଣ ବଢ଼ୁଥିବାରୁ ପୁଣିଥରେ ଗୋଟିଏ ପରେ ଗୋଟିଏ ରାଜ୍ୟ ମାସ୍କ ପରିଧାନ ବାଧ୍ୟତାମୂଳକ କରିବା ଆରମ୍ଭ କରିଛନ୍ତି । ପୂର୍ବରୁ ପୁଡୁଚେରୀ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିବା ବେଳେ ଏବେ ସମାନ ପଦକ୍ଷେପ ନେଇଛନ୍ତି ହରିଆଣା ସରକାର । ଏଣିକି ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ହରିଆଣା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି। ଏଥିରେ କୁହାଯାଇଛି ଯେ କରୋନା ସ୍ଥିତିର ସମୀକ୍ଷା ପାଇଁ ଏପ୍ରିଲ ୩ ତାରିଖରେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ସୀମକ୍ଷାରୁ ଜଣାପଡ଼ିଛି ଯେ ବିଗତ କିଛି ସପ୍ତାହ ହେଲାଣି ହରିଆଣାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଟେଷ୍ଟ ପଜିଟିଭିଟି ରେଟ ମଧ୍ୟ ଅଧିକ ରହିଛି।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ