ବରିଷ୍ଠ କଂଗ୍ରେସ ନେତା ତଥା ଲୋକସଭା ସାଂସଦ ଶଶି ଥରୁର ବଡ଼ ଅଡ଼ୁଆରେ ପଡ଼ି ଯାଇଛନ୍ତି । ପାଲେଷ୍ଟିନୀୟଙ୍କୁ ସମର୍ଥନ କରି ଗୁରୁବାର ଆଇୟୁଏମଏଲ (ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ୍) ଦ୍ୱାରା ହୋଇଥିବା ଏକ ରାଲିରେ ଭାଷଣ ଦେବା ସମୟରେ ଥରୁର ହମାସକୁ ଆତଙ୍କବାଦୀ ସଂଗଠନ ଏବଂ ଆକ୍ରମଣକାରୀଙ୍କୁ ଆତଙ୍କବାଦୀ କହି ଅକଳକରେ ପଡ଼ି ଯାଇଛନ୍ତି । ଥରୁରଙ୍କୁ ହମାସ ସମର୍ଥିତ ଗୋଷ୍ଠୀ ଏବଂ କିଛି ବାମ କାର୍ୟ୍ୟକର୍ତ୍ତାଙ୍କ ଦ୍ୱାରା କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ସିପିଏମ୍ ନେତା ଏମ୍ ସ୍ୱରାଜ କହିଛନ୍ତି, ଥରୁର ଆଇୟୁଏମ୍ଏଲ ଖର୍ଚ୍ଚରେ ଇସ୍ରାଏଲ ସମର୍ଥନରେ ବୈଠକ କରିଛନ୍ତି। ତେବେ କଡ଼ା ସମାଲୋଚନାର ଶିକାର ହେବାପରେ ଥରୁର ଆଜି କହିଛନ୍ତି, ପାଲେଷ୍ଟାଇନ ସମର୍ଥିତ ରାଲିରେ ତାଙ୍କ ଟିପ୍ପଣୀକୁ ନେଇ ଯେଉଁ ବିବାଦ ହୋଇଛି ତାକୁ ନେଇ ସେ ଦ୍ୱନ୍ଦ୍ୱରେ ଅଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ