The Topmost

“The eyes believe themselves, the ears believe other people.”

ହତ୍ୟା ଧମକ ପରେ ଦୁର୍ଘଟଣା

‘’ଦ କେରଳ ଷ୍ଟୋରୀ’’ର ଲିଡ୍ ଅଭିନେତ୍ରୀ ଅଦା ଶର୍ମା ସଡକ ଦୁର୍ଘଟଣାର ଶୀକାର । ଦୁର୍ଘଟଣା ଖବର ମିଳିବା ପରେ ତାଙ୍କ ଫ୍ୟାନମାନେ ତାଙ୍କ ଆରୋଗ୍ୟ କାମନା କରି ପ୍ରାର୍ଥନା କରିଥିଲେ । ଏହାପରେ ଅଦା ଶର୍ମା ନିଜେ ଟ୍ୱିଟ କରି ନିଜ ସ୍ୱାସ୍ଥ୍ୟବସ୍ଥାର ଅପଡେଟ ଦେଇଥିଲେ । ସେ ସୁସ୍ଥ ଥିବା କଥା ଜାଣିବା ପରେ ଫ୍ୟାନମାନେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ତେବେ ଗତ କିଛିଦିନ ତଳେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ମଧ୍ୟ ମିଳିଥିଲା । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି । ଏପରି କି ତାଙ୍କ ଟିମ୍ କୁ ପୋଲିସ ସୁରକ୍ଷା ମଧ୍ୟ ଯୋଗାଇଥିଲା ।