ପୋଲାଣ୍ଡରେ ଭାରତୀୟଙ୍କୁ ଜାତିଆଣ ମନ୍ତବ୍ୟ । ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ପୋଲାଣ୍ଡରେ ଜଣେ ଶ୍ବେତାଙ୍ଗ ଭାରତୀୟଙ୍କ ପ୍ରତି ଜାତିଆଣ ମନ୍ତବ୍ୟ କରିଛନ୍ତି । ଏହି ପରଜୀବୀ ଅନୁପ୍ରବେଶକାରୀ ମାନେ ୟୁରୋପୀୟଙ୍କୁ ବରବାଦ କରୁଛନ୍ତି ବୋଲି କହିବା ସହ ଅଶ୍ଳୀଳ ଭାଷାରେ ଗାଳି କରିଛନ୍ତି । ଚାରି ମିନିଟ ଧରି ସେ ଭାରତୀୟଙ୍କୁ ଏପରି ଗାଳି ଦେଇଛନ୍ତି । ଭାରତୀୟ ଜଣକ ଦୂରେଇବାକୁ ଚେଷ୍ଟା କଲେ ମଧ୍ୟ ସେ କ୍ୟାମେରାଟି ତାଙ୍କରି ଆଡ଼କୁ ନେଇ ଗାଳିଦେବା ସହ ଭିଡିଓ ତିଆରି କରିଥିଲେ । ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ସେହି ବ୍ୟକ୍ତିଙ୍କୁ ଜନ ମିନାଡିଓ ଜୁନିୟର ବୋଲି ଚିହ୍ନଟ କରିଛନ୍ତି । ତେବେ ସେ ଜଣେ ଆଧୁନିକ ଫାଶିବାଦୀ ଯେ କି ହେଟ୍ ଗ୍ରୁପ୍ ଗୋଇମ୍ ଟିଭିର ମୁଖ୍ୟ । ସେ ହିଁ କାଲିଫର୍ଣ୍ଣିଆରେ ଲିଫ୍ଲେଟ୍ ପକାଇ ଗଣମାଧ୍ୟମର ଶିରୋନାମା ପାଲଟିଥିଲେ । ଯେଉଁ ଲିଫ୍ଲେଟ୍ଗୁଡ଼ିକରେ ସେ କୋଭିଡ୍-୧୯ ମହାମାରୀ ବ୍ୟାପିବା ପାଇଁ ଇହୁଦିମାନଙ୍କୁ ଦାୟୀ କରିଥିଲେ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ