ସର୍ବଦା ସମସ୍ତେ ନିଜର ପ୍ରେମ ନିବେଦନର ମୂହୁର୍ତ୍ତକୁ ସ୍ମରଣୀୟ କରିବାକୁ ଚାହାନ୍ତି। ଏଥି ପାଇଁ କିଏ କେତେ ପ୍ରକାରର ଉପାୟ କରିଥାଏ। କିଏ ପାଣିରେ ପ୍ରପୋଜ କରେ ତ ଆଉ କିଏ ସମସ୍ତଙ୍କ ଆଗରେ। ତେବେ ସେହିଭଳି ଏକ ନିଆରା ପ୍ରେମ ନିବେଦନ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ନିଜ ମହିଳା ବନ୍ଧୁଙ୍କୁ ହଜାର ଫୁଟ ଉପରକୁ ନେଇ ପ୍ରେମ ନିବେଦନ କରୁଛନ୍ତି। ଯାହା ତାଙ୍କ ମହିଳା ବନ୍ଧୁଙ୍କୁ ବେଶ୍ ଭଲ ଲାଗୁଛି। ରିପୋର୍ଟ ଅନୁସାରେ ରୋମାଞ୍ଚକୁ ପସନ୍ଦ କରୁଥିବା ରୟ ପେଶାରେ ଜଣେ ପାଇଲଟ। ସେ ତାଙ୍କ ମହିଳା ବନ୍ଧୁଙ୍କୁ ନେଇ ସ୍କାଏ ଡାଇଭିଂରେ ଯିବା ସମୟରେ ଆକାଶ ମଝିରେ ପାଟିରୁ ରିଂ କାଢି ବିବାହ ପାଇଁ ପ୍ରପୋଜ କରିଛନ୍ତି ା ରୟଙ୍କର ଏହି ଅନ୍ଦାଜଙ୍କୁ ଲୋକମାନେ ବେଶ ପସନ୍ଦ କରିଛନ୍ତି।
More Stories
ଋଷ୍ ଠାରୁ ତେଲ କିଣିବା ପଡିଲା ମହଙ୍ଗା
ମୋଦୀଙ୍କ ଜି-୭ ବୈଠକରେ ଉପସ୍ଥିତିକୁ ନେଇ ବିବାଦ
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ