The Topmost

“The eyes believe themselves, the ears believe other people.”

 ହକି ବିଶ୍ବକପ୍ ପାଇଁ ଆଜିଠୁ ମିଳିବ ଟିକେଟ୍

 ହକି ବିଶ୍ବକପ୍ ପାଇଁ ଆଜିଠୁ ମିଳିବ ଟିକେଟ୍ । ଅନଲାଇନରେ ଟିକେଟ ପାଇପାରିବେ କ୍ରୀଡ଼ାପ୍ରେମୀ । ଦିନ ଗୋଟାଏ ପରଠୁ ପେଟିଏମ ଇନସାଇଡର ସାଇଟରୁ ଟିକେଟ ପାଇପାରିବେ । ଜଣେ ବ୍ୟକ୍ତି କେବଳ ଦୁଇଟି ଟିକେଟ କିଣିପାରିବେ । ଭାରତ ମ୍ୟାଚ ପାଇଁ ଓ୍ବେଷ୍ଟଷ୍ଟାଣ୍ଡ ଟିକେଟ ମୂଲ୍ୟ ରହିଛି ୫୦୦ ଟଙ୍କା  । ସେହିପରି ଇଷ୍ଟଷ୍ଟାଣ୍ଡ ପାଇଁ ୪୦୦ ଟଙ୍କା ଏବଂ ଉତ୍ତର ଓ ଦକ୍ଷିଣ ଷ୍ଟାଣ୍ଡ ପାଇଁ ୨୦୦ ଟଙ୍କା ଲେଖାଏ ଦର ରହିଛି । ଅନ୍ୟମ୍ୟାଚ୍ ପାଇଁ ଟିକେଟ ଓ୍ବେଷ୍ଟ ଷ୍ଟାଣ୍ଡ ୫୦୦, ଇଷ୍ଟ ଷ୍ଟାଣ୍ଡ ୨୦୦ ଏବଂ ନର୍ଥ ଓ ସାଉଥ ଷ୍ଟାଣ୍ଡ ପାଇଁ ୧୦୦ ଟଙ୍କା ମୂଲ୍ୟ ରହିଛି । ଗତକାଲି ପ୍ରଥମ ଟିକେଟ କିଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।