The Topmost

“The eyes believe themselves, the ears believe other people.”

ହକି ଇଣ୍ଡିଆର ବାର୍ଷିକ ପୁରସ୍କାର 

କ୍ରୀଡ଼ାବିତ ଅମିତ୍ ରୋହିଦାସ, ଓ ବୀରେନ୍ଦ୍ର ଲାକ୍ରାଙ୍କୁ ମାଇଲଷ୍ଟୋନ ଆଓ୍ବାର୍ଡ । ନୂଆଦିଲ୍ଲୀ ଅଶୋକା ହୋଟେଲରେ ହକି ଇଣ୍ଡିଆର ବାର୍ଷିକ ପୁରସ୍କାର- ୨୦୨୨ ପ୍ରଦାନ କରାଯାଇଛି । ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲୀପ ତିର୍କିଙ୍କ ଅଭିଭାଷଣ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସେପଟେ ହକି ବିଶ୍ଵକପକୁ ସଫଳତାର ସହ ଆୟୋଜନ କରିଥିବାରୁ ଓଡ଼ିଶାକୁ ହକି ଇଣ୍ଡିଆ ତରଫରୁ ସମ୍ମାନିତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଆୱାର୍ଡ଼ ଗ୍ରହଣ କରିଥିଲେ ନୂଆଦିଲ୍ଲୀ ଆବାସିକ କମିଶନର ଏସ୍ ରବିକାନ୍ତ ।