ଚାଇନା ଠୁ ଭାରତ ସବୁଠି କୋଭିଡର ଭୟାବହତା । ଏହାକୁ ଦୃଷ୍ଟିରେ ରଖି ନୂଆ ଆଡଭାଇଜରି ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ଗତ ୨ସପ୍ତାହ ଧରି ବିଦେଶରେ ବଢ଼ିଚାଲିଛି କରୋନା ସଂକ୍ରମଣ । ରାଜ୍ୟରେ ୨୦୨୨ ନଭେମ୍ବର ଯାଏଁ ଆକ୍ରାନ୍ତଙ୍କ ସଂଖ୍ୟା ସ୍ଥିର ରହିଛି । ହସ୍ପିଟାଲରେ ଜଣେ ବି କରୋନା ସଂକ୍ରମିତ ନଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଶାଳୀନ ପଣ୍ଡିତ । ଓମିକ୍ରନର ନୂଆ ଭାରିଆଣ୍ଟ ଅଧିକ ସଂକ୍ରାମକ ହେଉଛି । ICMR ଗାଇଡଲାଇନ ଅନୁସାରେ ରାଜ୍ୟରେ ଟେଷ୍ଟିଂ ଓ ସର୍ଭେଲାନ୍ସ ବଢ଼ାଯିବ । ବିମାନବନ୍ଦର ଓ ସାମୁଦ୍ରିକ ବନ୍ଦରରେ ସର୍ଭେଲାନ୍ସ ବଢ଼ାଯାଇଛି । କୋଭିଡ ପଜିଟିଭ ଚିହ୍ନଟ ହେଲେ ଜେନମ ସିକ୍ୟୁଏନ୍ସିଂ କରାଯାଉଛି । ସେହିପରି RMRC, ILS ମାଧ୍ୟମରେ ସମ୍ପୂର୍ଣ୍ଣ ଜେନମ ସିକ୍ୟୁଏନ୍ସିଂ କରାଯାଉଥିବା କହିଛନ୍ତି ଶାଳୀନ ପଣ୍ଡିତ ।
“The eyes believe themselves, the ears believe other people.”
More Stories
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍