() ପୃଥ୍ୱୀ-୨ର ପରୀକ୍ଷଣ ସଫଳ । ବାଲେଶ୍ୱର ଚାନ୍ଦିପୁର ପ୍ରତିରକ୍ଷା ଘାଟିର ୩ ନଂ ଲଞ୍ଚ ପ୍ୟାଡ୍ରୁ ବୁଧବାର ରାତି ୭ଟା ୩୦ରେ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି । ଏହି କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ । ଏହାର ଲମ୍ବ ୯ମିଟର, ଓସାର ୧୧୦ ସେଣ୍ଟିମିଟର ଏବଂ ଓଜନ ୪.୬ ଟନ୍ । ଭୂ-ପୃଷ୍ଠରୁ ଭୂ-ପୃଷ୍ଠକୁ ଉତ୍କ୍ଷେପଣ କରାଯାଇ ପାରୁଥିବା ଏହି କ୍ଷେପଣାସ୍ତ୍ର ୩୫୦ କି.ମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ଏବଂ ଏହା ୫୦୦ରୁ ୧ ଟନ୍ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିପାରିବ ।
More Stories
ଏଣ୍ଡୋମେଟ୍ରିଓସିସ୍ କଣ, କେମିତି ନେବେ ଯତ୍ନ
ଡାର୍କ ସର୍କଲକୁ ସମୂଳେ ନାଶ କରନ୍ତୁ
ସ୍ବାସ୍ଥ୍ୟ ପାଇଁ ପାମ୍ ଅଏଲ୍ ଖରାପ୍ ନାଁ ଭଲ ?