ଇତିହାସ ସୃଷ୍ଟି କଲା କର୍ତ୍ତବ୍ୟପଥ । ପ୍ରଥମ ଥର ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉତୋଳନ କରିଛନ୍ତି । ୭୪ ତମ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଅଭିବାଦନ ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପରମ୍ପରା ଅନୁସାରେ ମୁଖ୍ୟ ଅତିଥି ଇଜିପ୍ଟ ରାଷ୍ଟ୍ରପତିଙ୍କ ସହ ରାଷ୍ଟ୍ରପତି ଭବନରୁ ବାହାରି ଦ୍ରୌପଦୀ ମୁର୍ମୁ କର୍ତ୍ତବ୍ୟପଥରେ ପହଞ୍ଚିଥିଲେ । ଏହା ପରେ ପତାକା ଉତ୍ତୋଳନ କରିଥିଲେ ରାଷ୍ଟ୍ରପତି । ମହାମହିମ ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱଦେଶୀ ତୋପରେ ୨୧ ସଲାମୀ ଦିଆଯାଇଥିଲା । ଭାରତରେ ପ୍ରସ୍ତୁତ ୧୦୫ ମିମି ଇଣ୍ଡିଆନ୍ ଫିଲ୍ଡ ଗନରେ ୨୧ ତୋପ ସଲାମୀ ଦିଆଯାଇଛି । ପୂର୍ବରୁ ବ୍ରିଟିଶ ଅମଳର ୨୫ ପାଉଣ୍ଡର ଆର୍ଟିଲେରୀର ବ୍ୟବହୃତ ହେଉଥିଲା ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ