ଚନ୍ଦ୍ରର ଅନୁସନ୍ଧାନରେ ଭାରତର ଚନ୍ଦ୍ରଯାନ-୩ ମିଶନ ଆଉ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ସଫଳତା ପୂର୍ବକ ୧୦୦ ମିଟର ଦୂରତା ନିର୍ଦ୍ଧାରିତ କରିଛି । ଏହି ଉପଲବ୍ଧି ସେବେ ଆସିଛି ଯେବେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଚନ୍ଦ୍ରରେ ସୂର୍ଯ୍ୟର ଆଲୋକ କମ ହେବା କାରଣରୁ ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର ଉଭୟଙ୍କୁ ସ୍ଲିପ ମୋଡରେ ରଖିବା ନେଇ ପ୍ରସ୍ତୁତି କରୁଛି । ଅର୍ଥାତ ଚନ୍ଦ୍ରରେ ଥିବା ଚନ୍ଦ୍ରଯାନ-୩ ମିଶନର ଉଭୟ ଅଂଶ ଶାନ୍ତିରେ ଶୋଇବାକୁ ପ୍ରସ୍ତୁତ ଅଛନ୍ତି । ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ଭାରତର ପ୍ରଥମ ସୂର୍ଯ୍ୟ ମିଶନର ସଫଳ ଲଞ୍ଚ ପରେ ଏହାର ଘୋଷଣା କରିଛନ୍ତି । ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହଛନ୍ତି ଚନ୍ଦ୍ରକୁ ପଠାଯାଇଥିବା ଚନ୍ଦ୍ରଯାନ-୩ର ରୋଭର ଏବଂ ଲ୍ୟାଣ୍ଡର ସଠିକ ଭାବେ କାମ କରୁଛି ଏବଂ ଯେହେତୁ ଚନ୍ଦ୍ରରେ ଏବେ ରାତି ହୋଇଯିବ ଏଥିପାଇଁ ଏହାକୁ ନିଷ୍କ୍ରିୟ କରାଯିବ । ସୋମନାଥ କହିଛନ୍ତି ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଏବେ ବି କାମ କରୁଛନ୍ତି । ସେ କହିଛନ୍ତି ଯେ, ଭଲ ଖବର ଏହା ଯେ ଲ୍ୟାଣ୍ଡରରୁ ରୋଭର ଅତିକମରେ ୧୦୦ ମିଟର ଦୂରତା ନିର୍ଦ୍ଧାରିତ କରିଛି ଏବଂ ଆମେ ଆସନ୍ତା ଗୋଟିଏ କିମ୍ବା ଦୁଇଦିନରେ ଉଭୟଙ୍କୁ ନିଷ୍କ୍ରିୟ କରିବାର ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛୁ, କାରଣ ସେଠାରେ ରାତି ହେବାକୁ ଯାଉଛି । ୧୪ ଜୁଲାଇ ୨୦୨୩ରେ ସତୀଶ ଧୱନ ସ୍ପେଶ ସେଣ୍ଟରରୁ ଲଞ୍ଚ କରାଯାଇଥିବା ଚନ୍ଦ୍ରଯାନ-୩ ଭାରତକୁ ଚନ୍ଦ୍ରପୃଷ୍ଠରେ ସଫଳତାପୂର୍ବକ ଅବତରଣ କରିବାରେ ଚତୁର୍ଥ ଦେଶ ଏବଂ ଚନ୍ଦ୍ରର ଦକ୍ଷିଣ ଧ୍ରୁବ ପାଖରେ ଏପରି କରିବରେ ପ୍ରଥମ ଦେଶ ବନାଇଥିଲା । ମିଶନର ପ୍ରାଥମିକ ଉଦ୍ଦେଶ୍ୟ ପାଣିର ଅନ୍ନେଶ୍ୱଣ କରିବା ଏବଂ ଚନ୍ଦ୍ର ପୃଷ୍ଠର ବିଶେଷତ୍ୱକୁ ଅଧ୍ୟୟନ କରିବା ଥିଲା । ଏହା ପୂର୍ବରୁ ଇସ୍ରୋ କହିଥିଲା ଯେ ଚନ୍ଦ୍ରଯାନ-୩ ମିଶନର ରୋଭର ପ୍ରଜ୍ଞାନରେ ଲାଗିଥିବା ଅନ୍ୟ ଏକ ଉପକରଣ ମଧ୍ୟ ଭିନ୍ନ ଏକ ଜ୍ଞାନକୌଶଳର ଉପଯୋଗ କରି ଚନ୍ଦ୍ରରେ ସଲଫରର ଉପସ୍ଥିତି ନେଇ ଅନୁସନ୍ଧାନ କରିଥିଲା । ଏଥିିସହିତ ଅନ୍ୟ କିଛି ଏଲିମେଣ୍ଟ ଥିବା ନେଇ ମଧ୍ୟ ଲ୍ୟାଣ୍ଡର ସନ୍ଧାନ ପାଇଥିଲା ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ