ବିରୋଧି ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ବୟାନକୁ ନେଇ ସଂସଦରେ ତୁମ୍ବି ତୋଫାନ । କଥା କଟାକଟି ସହ ମୁହାଁମୁହିଁ ହେଲେ ସ୍ମୃତି-ସୋନିଆ । ବେଶ୍ କିଛି ସମୟ ଚାଲିଲା ବାକ୍ ଯୁଦ୍ଧ । ରାଷ୍ଟ୍ରପତିଙ୍କୁ ନେଇ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ବୟାନ ପାଇଁ ସଂସଦରେ ବିଜେପି ସାଂସଦମାନେ ହଟ୍ଟଗୋଳ କରିଛନ୍ତି । ଏନେଇ ବିଜେପି ସାଂସଦମାନେ କଂଗ୍ରେସ ଉପରେ ପ୍ରବଳ ବର୍ଷିଥିବା ବେଳେ ବିଜେପି ନେତ୍ରୀ ସ୍ମୃତି ଇରାନୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ । ଏହାପରେ ସଂସଦ ଭିତରେ ସୋନିଆ ଗାନ୍ଧୀ ଓ ସ୍ମୃତି ଇରାନୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଥିଲା । ତେବେ ପରିସ୍ଥିତି ଏଭଳି ହୋଇଥିଲା ଯେ ଉଭୟ ଦଳର ସାଂସଦମାନେ ଦୁହିଁଙ୍କୁ ସେମାନଙ୍କ ଆସନ ନିକଟକୁ ନେଇ ଯାଇଥିଲେ । ଏସବୁ ପରେ ସଂସଦ ସ୍ଥଗିତ କରାଯାଇଥିଲା । ଏବଂ ସଂସଦ ବାହାରେ ସୋନିଆ ଗାନ୍ଧୀଙ୍କ ଇସ୍ତଫା ଦାବି କରି ନାରାବାଜି କରିଥିଲେ ବିଜେପି ସାଂସଦମାନେ । ବାଶ୍ ଏତିକି ବେଳେ ସଂସଦ ଭିତରୁ ବାହାରୁ ଥିବା ସୋନିଆ ଗାନ୍ଧୀ ସାଂସଦ ରମାଦେବୀଙ୍କ ପାଖରେ ପହଞ୍ଚି ସଂପୃକ୍ତ ବୟାନକୁ ନେଇ ଅଧିର ରଞ୍ଜନ ଚୌଧୁରୀ କ୍ଷମା ମାଗିସାରିଥିବା କଥା କହିଥିଲେ । ଏହି ସମୟରେ ସ୍ମୃତି ଇରାନୀ କିଛି କହିବାରୁ ସୋନିଆ ଗାନ୍ଧୀ ତାଙ୍କୁ Don’t talk to me ବୋଲି କହିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ୨-୩ ମିନିଟ ପର୍ଯ୍ୟନ୍ତ ଯୁକ୍ତି ଚାଲିଥିଲା ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍