ଦିନକ ପରେ ଦେଶ ପାଳିବ ୭୫ତମ ସ୍ବାଧୀନତା ଦିବସ । ଏନେଇ ରାଜଧାନୀ ଦିଲ୍ଲୀରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ୍କିଲ୍ଲାରେ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ । ଲାଲ୍କିଲ୍ଲାକୁ ପ୍ରବେଶ ପଥରେ ଏଫ୍ଆର୍ଏସ୍ କ୍ୟାମେରା ଲଗାଯାଇଛି । ଏହାସହ ଲାଲ୍କିଲ୍ଲାରେ ୧୦ ହଜାର ପୁଲିସ ମୁତୟନ ହେବେ । ଚଳିତ ବର୍ଷ କାର୍ଯ୍ୟକ୍ରମରେ ପ୍ରାୟ ୭ ହଜାର ଆମନ୍ତ୍ରିତ ଅତିଥି ଯୋଗ ଦେବେ । ଏସ୍ସିପି ଦୀପେନ୍ଦ୍ର ପାଠକଙ୍କ କହିବା ଅନୁସାରେ ଦିଲ୍ଲୀରେ ୧୪୪ ଜାରି ହୋଇ ସାରିଛି । ଲାଲ୍କିଲ୍ଲାରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଶେଷ ନହେବା ପର୍ଯ୍ୟନ୍ତ ଦିଲ୍ଲୀରେ ଗୁଡ଼ି ଉଡ଼ାଇବା ଏବଂ ବେଲୁନ ଉଡ଼ାଇବା ବନ୍ଦ ରହିଛି । ପୁଲିସ ମଧ୍ୟ ୪୦୦ରୁ ଅଧିକ କାଇଟ୍ କ୍ୟାଚର୍ ମୁତୟନ କରିଛି । ଲାଲ୍କିଲ୍ଲା ନିକଟସ୍ଥ ୫ କି.ମି ଅଞ୍ଚଳକୁ ‘ନୋ ଫ୍ଲାଇଂ ଜୋନ୍’ରେ ପରିଣତ କରାଯାଇଛି । ଡିଆରଡିଓର ଆଣ୍ଟି ଡ୍ରୋନ ସିଷ୍ଟମ୍ ଏବଂ ଅନ୍ୟ ସୁରକ୍ଷା ବ୍ୟବସ୍ଥା ଦିଲ୍ଲୀରେ ମୁତୟନ ହୋଇଛି।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ