ଗାନ୍ଧୀ-ନେହେରୁ-ପଟେଲ୍-ଆଜାଦ୍ଙ୍କ ପ୍ରତି କରାଯାଉଥିବା ମିଥ୍ୟା ଆଧାରିତ ଅପମାନକୁ କଂଗ୍ରେସ ସହ୍ୟ କରିବ ନାହିଁ । ସ୍ବାଧୀନତା ଦିବସ ଅବସରରେ ଦେଇଥିବା ବିବୃତିରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏଭଳି କହିଛନ୍ତି । ସ୍ବାଧୀନତା ସଂଗ୍ରାମ ସମୟରେ ଭାରତୀୟ ସ୍ବାଧୀନତା ସଂଗ୍ରାମୀମାନେ ଦେଇଥିବା ଆତ୍ମବଳିକୁ ମଧ୍ୟ କେନ୍ଦ୍ର ସରକାର ନଗଣ୍ୟ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି । ଏହାସହ ସେ କହିଛନ୍ତି, ଐତିହାସିକ ତଥ୍ୟାବଳିକୁ ମିଥ୍ୟା ସାବ୍ୟସ୍ତ କରି ଗାନ୍ଧୀ-ନେହେରୁ-ପଟେଲ୍-ଆଜାଦ୍ ଆଦି ନେତାଙ୍କୁ ଅପମାନ କରିବା ଲାଗି ଆତ୍ମ-ମୁଗ୍ଧ ସରକାର କରୁଥିବା ସମସ୍ତ ଉଦ୍ୟମକୁ ଭାରତୀୟ ଜାତୀୟ କଂଗ୍ରେସ ବିରୋଧ କରିବ । ଏହା ସହିତ ସେ ଭାରତର ୭୬ତମ ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ