The Topmost

“The eyes believe themselves, the ears believe other people.”

ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ପଦକ୍ଷେପ

ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ପଦକ୍ଷେପ । ଇତିହାସ ପୃଷ୍ଠାରୁ ହଜିଯାଇଥିବା ନାୟକଙ୍କୁ ମନେ ପକାଇବ ଦେଶ । ଏନେଇ ରାଷ୍ଟ୍ରୀୟ ଜନଜାତି କମିଶନ ପକ୍ଷରୁ ଦେଶର ୧୨୫ ଟି ବିଶ୍ୱବିଦ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଥିରେ ଏହି ଜନଜାତୀୟ ସମାଜର ନାୟକମାନଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରାଯିବ । ଏହି କ୍ରମରେ ଛତିଶଗ଼ଡର ବସ୍ତର ସ୍ଥିତ ଶହୀଦ ମହେନ୍ଦ୍ର କର୍ମା ବିଶ୍ବବିଦ୍ୟାଳୟରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ରାଷ୍ଟ୍ରୀୟ ଜନଜାତି କମିଶନର ସଦସ୍ୟ ଅନନ୍ତ ନାୟକ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ବିଶ୍ୱବିଦ୍ୟାଳୟର ସ୍ୱାମୀ ଆତ୍ମାନନ୍ଦ ସଭାଗାରରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ନାୟକ କହିଛନ୍ତି ଯେ, ଜନଜାତୀୟ ସମାଜରୁ ଆସିଥିବା ନାୟକ ମାନଙ୍କ ସହ ଇତିହାସରେ ନ୍ୟାୟ କରାଯାଇ ନାହିଁ । ସିଦ୍ଧୋ କାନ୍ଧୁ, ବୁଦ୍ଧୁ ଭଗତ, ଶଂକର ଶାହ, ତିଲକା ମାଝିଙ୍କ ଭଳି ବୀରମାନେ ଇଂରେଜମାନଙ୍କ ବିରୋଧରେ ଲଢେଇ ଲଢିଥିଲେ । ହେଲେ ଇତିହାସରେ ତାଙ୍କର ବୀରତ୍ୱର ଗାଥାକୁ ଯେପରି ଭାବେ ବର୍ଣ୍ଣନା କରାଯିବା କଥା ତାହା କରାଯାଇ ନାହିଁ ।