The Topmost

“The eyes believe themselves, the ears believe other people.”

ସ୍ବଦେଶ ଫେରିବେ ପାକିସ୍ତାନର ପୂର୍ବତନ PM

୪ ବର୍ଷ ପରେ ସ୍ବଦେଶ ଫେରିବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ । ଆସନ୍ତାକାଲି ସେ ପାକିସ୍ତାନ ଫେରିପାରନ୍ତି ବୋଲି ସୂଚନା ମିଲିଛି । ପାକିସ୍ତାନ କୋର୍ଟ ତାଙ୍କୁ ଆଭେନଫିଲ୍ଡ ଓ ଅଲ-ଅଜିଜିଆ ଦୁର୍ନୀତି ମାମଲାରେ ଜାମିନ ପ୍ରଦାନ କରିଛନ୍ତି । ଏଣୁ ନଓ୍ବାଜ ଦେଶକୁ ଫେରିବେ ବୋଲି ସୂଚନା ମିଳିଛି । ଗତ ୪ ବର୍ଷ ଧରି ଲଣ୍ଡନରେ ଆତ୍ମନିର୍ବାସିତ ଜୀବନ ବିତାଉଛନ୍ତି ନଓ୍ବାଜ । ପାକିସ୍ତାନର ଡନ୍ ଖବରକାଗଜର ରିପୋର୍ଟ ଅନୁସାରେ ନଓ୍ବାଜ ଦେଶକୁ ଫେରିବା ନେଇ ଇସଲାମାବାଦ କୋର୍ଟଙ୍କୁ ସୁରକ୍ଷା ମାଗିଥିଲେ । କୋର୍ଟ ଜାମିନ ଦେବାପରେ ଆସନ୍ତା କାଲି ସେ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିଛିଦିନ ତଳେ ନଓ୍ବାଜ ଲଣ୍ଡନରେ ନିଜ ଦଳର କର୍ମୀଙ୍କ ସହିତ ଆଲୋଚନା କରିଥିଲେ । ଖୁବଶୀଘ୍ର ସେ ଦେଶକୁ ଫେରିବେ ବୋଲି କହିଥିଲେ ।