The Topmost

“The eyes believe themselves, the ears believe other people.”

ସ୍ବଦେଶୀ ଅସ୍ତ୍ରଶସ୍ତ୍ର ଉପରେ ଗୁରୁତ୍ବ

ଅସ୍ତ୍ରଶସ୍ତ୍ର ଦୃଷ୍ଟିରୁ ଭାରତ ଏବେ ଅନ୍ୟ ଦେଶ ଉପରେ ନିର୍ଭରଶୀଳତା ହ୍ରାସ କରୁଛି । ବିଶେଷକରି ରୁଷ ଉପରେ ଭାରତ ଅଧିକ ନିର୍ଭରଶୀଳ ଥିବାରୁ ତାହାକୁ କମାଇବାକୁ ଉଦ୍ୟମ କରାଯାଉଛି । ବିଦେଶୀ ଅସ୍ତ୍ରଶସ୍ତ୍ର ତୁଳନାରେ ସ୍ବଦେଶୀ ଅସ୍ତ୍ରଶସ୍ତ୍ର ଉପରେ ଗୁରୁତ୍ବ ଦିଆଯାଉଛି । ଆଗାମୀ କିଛି ବର୍ଷ ମଧ୍ୟରେ ରୁଷ ନିର୍ମିତ ଏମଆଇ-୧୭ ହେଲିକପ୍ଟର ଉପରୁ ନିର୍ବରଶୀଳତା କମାଇ ହାଲ୍ ନିର୍ମିତ ହେଲିକପ୍ଟର ବ୍ୟବହାର ପାଇଁ ଭାରତ ଯୋଜନା କରୁଛି । ହାଲ୍ ର ଜଣେ ଅଧିକାରୀ କହିଛନ୍ତି ଯେ ରୁଷିଆର ଏମଆଇ-୧୭ର ସ୍ଥାନ ନେବା ପାଇଁ ଆସନ୍ତା ୮ରୁ ୧୦ ବର୍ଷ ମଧ୍ୟରେ ଭାରତ ପାଖରେ ସ୍ୱଦେଶୀ ମିଡିୟମ ଲିଫ୍ଟ ହେଲିକପ୍ଟର ରହିବ। ହାଲ୍ ର ମୁଖ୍ୟ ପ୍ରବନ୍ଧକ ଅବଦୁଲ ରସିଦ୍ ତାଜର କହିଛନ୍ତି, ଭବିଷ୍ୟତ ପାଇଁ ୧୩ ଟନ୍ ଓଜନ ବିଶିଷ୍ଟ ଭାରତୀୟ ମଲ୍ଟି-ରୋଲ୍ ହେଲିକପ୍ଟରର ପ୍ରାଥମିକ ଡିଜାଇନ୍ ଆରମ୍ଭ ହୋଇସାରିଛି । ଆମେ ପାଣ୍ଠିକୁ ଅପେକ୍ଷା କରିଛୁ ।  ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟିର ଅନୁମୋଦନ ମିଳିବାର ୪ ବର୍ଷ ମଧ୍ୟରେ ଆମେ ପ୍ରୋଟୋଟାଇପ୍ ର ପ୍ରଥମ ଉଡ଼ାଣ ପାଇଁ ପ୍ରସ୍ତୁତ ହୋଇଯିବୁ ଏବଂ ଆସନ୍ତା ୪ ବର୍ଷ ମଧ୍ୟରେ ଆମେ ଟେଷ୍ଟିଂ ସାର୍ଟିଫିକେଟ୍ ପାଇବୁ ।