ଆଜିଠୁ ଆରମ୍ଭ ହେଉଛି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା । ସମ୍ବଲପୁର ରେଳ ଷ୍ଟେସନରୁ ଆଗ୍ରା-ମଥୁରା-ବୃନ୍ଦାବନ ଅଭିମୁଖେ ଯିବେ ବରିଷ୍ଠ ନାଗରିକ । ଏଥିପାଇଁ ବିଭିନ୍ନ ଜିଲ୍ଲାରୁ ସ୍ବତନ୍ତ୍ର ବସ୍ ଯୋଗେ ସମ୍ବଲପୁରରେ ପହଞ୍ଚିଛନ୍ତି ବରିଷ୍ଠ ନାଗରିକ । ଆଜି ଏହି ତୀର୍ଥଯାତ୍ରୀ ଟ୍ରେନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 2019-20 ବର୍ଷ ପାଇଁ ବରିଷ୍ଠ ନାଗରିକ ଆବେଦନ କରିଥିଲେ I ହେଲେ କରୋନା ପାଇଁ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା । ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବରିଷ୍ଠ ନାଗରିକଙ୍କୁ ସ୍ବତନ୍ତ୍ର ଭାବେ ସ୍ବାଗତ କରି ସ୍ବତନ୍ତ୍ର ବସ୍ରେ ସମ୍ବଲପୁରରୁ ପଠାଯାଇଛି । ଆଜି ସମ୍ବଲପୁରରୁ ବାହାରିବ ତୀର୍ଥଯାତ୍ରୀ ଟ୍ରେନ୍ । ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ବୃନ୍ଦାବନ, ମଥୁରା ଓ ଆଗ୍ରା ବୁଲି ଭଗବାନଙ୍କ ଦର୍ଶନ କରିବେ ବରିଷ୍ଠ ନାଗରିକ I
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି