ସ୍ବତନ୍ତ୍ର ଓଜେଇଇ ପାଇଁ ଆବେଦନ ଅବଧି ବଢିଲା । ନାମଲେଖା ଲାଗି ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଦ୍ବିତୀୟ ତଥା ସ୍ବତନ୍ତ୍ର ଓଜେଇଇ କରାଯିବ । କମ୍ପ୍ୟୁଟର ବେସ୍ଡ ଟେଷ୍ଟ ମାଧ୍ୟମରେ ହେବାକୁ ଥିବା ଏହି ପରୀକ୍ଷାର ଆବେଦନ ସମୟ ସୀମାକୁ ବୃଦ୍ଧି କରାଯାଇଛି । ଅଗଷ୍ଟ ୧ରୁ ଆରମ୍ଭ ହୋଇଥିବା ଆବେଦନ ପ୍ରକ୍ରିୟା ଆଜି ଶେଷ ହେଉଥିଲା । ମାତ୍ର ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆବେଦନ ସମୟ ସୀମାକୁ ଅଗଷ୍ଟ ୧୪ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ତେବେ ଆଗ୍ରହୀ ଛାତ୍ରଛାତ୍ରୀ www.ojee.nic.in ମାଧ୍ୟମରେ ଆବେଦନ କରିପାରିବେ । ଫି’ ଦାଖଲ କରିବାର ଶେଷ ଅବଧି ଅଗଷ୍ଟ ୧୬ ରାତି ୧୦ଟା ରଖାଯାଇଛି । ଫର୍ମ ପୂରଣ କରିବା ପୂର୍ବରୁ ଇନ୍ଫର୍ମେସନ୍ ବ୍ରୋସିୟର୍କୁ ଭଲ ଭାବେ ପଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି ।
“The eyes believe themselves, the ears believe other people.”
More Stories
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍