() ପାଟନାରୁ ଦିଲ୍ଲୀ ଯାଉଥିବା ବିମାନ ସ୍ପାଇସ ଜେଟ ଇଞ୍ଜିନରେ ନିଆଁ । ଜରୁରୀ ଅବତରଣ ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା । ଇଞ୍ଜିନରେ ନିଆଁ ଲାଗିବା ସୂଚନା ମିଳିବା ପରେ ବିମାନଟି ପୁଣି ପାଟନା ବିମାନ ବନ୍ଦରକୁ ଫେରି ଜରୁରୀ ଅବତରଣ କରିଛି । ତେବେ ବିମାନରେ ମୋଟ୍ ୧୮୫ ଜଣ ଯାତ୍ରୀ ଥିବା ସୂଚନା ମିଳିଛି । ବିମାନଟି ଉଡ଼ାଣ ଆରମ୍ଭ କରିବାର କିଛି ସମୟ ମଧ୍ୟରେ ଇଞ୍ଜିନରେ ନିଆଁ ଲାଗିଥିବା ଜଣାପଡ଼ିଥିଲା । ତେବେ ବିମାନର ଇଞ୍ଜିନରେ ନିଆଁ ଲାଗିବା ପରେ ତୁରନ୍ତ ବିମାନଟିକୁ ଫେରାଇ ଅଣାଯାଇଥିଲା ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ