ଜଗନ୍ନାଥ ସଂସ୍କୃତିର ପ୍ରସାରପ୍ରଚାରକୁ ନେଇ ବିବାବ ପରେ ମୁହଁ ଖୋଲିଛନ୍ତି ୟୁ-ଟ୍ୟୁବର କାମିଆ ଜାନି । ସେ କହିଛନ୍ତି ସେ ଜଣେ ହିନ୍ଦୁ । ସେ କେବେବି ଗୋମାଂସ ଖାଇନାହାଁନ୍ତି ଅବା ଗୋମାଂସର ପ୍ରଚାର ପ୍ରସାର କରିନାହାଁନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର କର୍ତ୍ତବ୍ୟ ଭାରତର ବିଭିନ୍ନ ପ୍ରକାରର ନୂଆ ଜିନିଷକୁ ବିଶ୍ୱସ୍ତରରେ ପହଞ୍ଚାଇବା । ଭାରତର ସଂସ୍କୃତି, କଳାକୁ ବିଶ୍ୱସ୍ତରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି । ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରାଯାଉଥିବା ଅଭିଯୋଗ କରି ଭୁବନେଶ୍ୱର ଓ ନୟାଗଡ଼ରେ ପ୍ରତିବାଦ କରାଯାଇଛି । ଗୋ-ମାଂସର ପ୍ରଚାର କରୁଥିବା ବ୍ଳଗରଙ୍କ ଦ୍ୱାରା ଜଗନ୍ନାଥ ସଂସ୍କୃତି ଓ ମହାପ୍ରସାଦର ପ୍ରସାର ପ୍ରଚାର ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ରାଜ୍ୟରେ ରାଜନୈତିକ କଳି ଚାଲିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା