The Topmost

“The eyes believe themselves, the ears believe other people.”

ସ୍ଥଳ ସେନାର କମାଣ୍ଡର ସମ୍ମିଳନୀ

ଆଜିଠୁ ରାଜଧାନୀ ଦିଲ୍ଲୀରେ ସ୍ଥଳସେନାର ପାଞ୍ଚ ଦିନିଆ କମାଣ୍ଡର ସମ୍ମିଳନୀ ଅନୁଷ୍ଠିତ ହେଉଛି । ଏଥିରେ ସେନାର ଉଚ୍ଚସ୍ତରୀୟ କମାଣ୍ଡରମାନେ ଚୀନ ଓ ପାକିସ୍ତାନକୁ ଲାଗିଥିବା ସୀମାରେ ଭାରତର ରାଷ୍ଟ୍ରୀୟ ସୁରକ୍ଷାର ଚ୍ୟାଲେଞ୍ଜ ଗୁଡ଼ିକ ଉପରେ ବ୍ୟାପକ ସମୀକ୍ଷା କରିବେ । ପ୍ରତି ୨ ବର୍ଷରେ ଥରେ ଆୟୋଜିତ ହେଉଥିବା ଶୀର୍ଷ ସମ୍ମିଳନୀରେ ଭାରତୀୟ ସେନାବାହିନୀର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସହିତ ନୀତି ନିର୍ଦ୍ଧାରଣ କରାଯାଏ । ଏହି ସମ୍ମିଳନୀରେ ସେନାବାହିନୀର ବରିଷ୍ଠ ଅଧିକାରୀମାନଙ୍କ ସମେତ ପ୍ରତିରକ୍ଷା ବିଭାଗର ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ରହିବେ ।