ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ସର୍ବନିମ୍ନ ବୟସ ୬ ବର୍ଷ ଧାର୍ଯ୍ୟ କରିବାକୁ ଶିକ୍ଷା ମନ୍ତ୍ରାଳୟ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛି । ନୂତନ ଜାତୀୟ ଶିକ୍ଷା ନୀତି ଅନୁଯାୟୀ, ମୂଳ ପର୍ଯ୍ୟାୟରେ ସମସ୍ତ ପିଲାଙ୍କ ପାଇଁ ପାଞ୍ଚ ବର୍ଷର ଶିକ୍ଷଣ ସୁଯୋଗ ରହିଛି, ଯେଉଁଥିରେ ତିନି ବର୍ଷର ପ୍ରାକ୍-ସ୍କୁଲ ଶିକ୍ଷା ଏବଂ ଏହା ପରେ ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ଅନ୍ତର୍ଭୁକ୍ତ । ତେଣୁ ଏହି ନୀତି ପ୍ରି-ସ୍କୁଲରୁ ଦ୍ଵିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ନିରବଚ୍ଛିନ୍ନ ଶିକ୍ଷଣ ଓ ବିକାଶକୁ ପ୍ରୋତ୍ସାହିତ କରୁଛି । ଅଙ୍ଗନଓ୍ଵାଡ଼ି କିମ୍ବା ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ଏବଂ ଏନଜିଓ ଦ୍ୱାରା ପରିଚାଳିତ ପ୍ରି-ସ୍କୁଲ ସେଣ୍ଟରରେ ପଢୁଥିବା ସମସ୍ତ ପିଲାଙ୍କ ପାଇଁ ତିନି ବର୍ଷର ଗୁଣାତ୍ମକ ପ୍ରାଥମିକ ଶିକ୍ଷା ଉପଲବ୍ଧ କରାଇବା ଦ୍ୱାରା ଏହା ସମ୍ଭବ ହୋଇପାରିବ ବୋଲି ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ