ଦିଲ୍ଲୀ ରୋହିଣୀ ଅଞ୍ଚଳରେ ଦିନ ଦ୍ୱିପ୍ରହରରେ ବଡ ଦୁର୍ଘଟଣା ଘଟିଛି । ଏଥିରେ ଅନେକ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ରୋହିଣୀ ଅଞ୍ଚଳର ସେକ୍ଟର-୭ରେ ଏକ ବେସରକାରୀ ସ୍କୁଲ ବାଲଭାରତୀର ବସରେ ଅଚାନକ ନିଆଁ ଲାଗିଯାଇଥିଲା । ଦେଖୁଦେଖୁ ପୂରା ବସରେ ନିଆଁ ବ୍ୟାପିଯାଇଥିଲା । ବସରେ ୨୧ ଜଣ ସ୍କୁଲ ପିଲା ବସିଥିବା ବେଳେ ସମସ୍ତଙ୍କୁ ସୁରକ୍ଷିତ ବାହାରକୁ ବାହାର କରାଯାଇଛି । ଦମକଳବାହିନୀର ଦୁଇଟି ଗାଡି ତୁରନ୍ତ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହାର ପ୍ରଭାବରେ ପାଖରେ ଥିବା ୩ଟି ଗାଡି ମଧ୍ୟ ପ୍ରଭାବିତ ହୋଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ