ସ୍କୁଲରେ ସ୍ମାର୍ଟଫୋନ୍ ବ୍ୟବହାରକୁ ନିଷିଦ୍ଧ ପାଇଁ ଦାବି କରୁଛି ୟୁନେସ୍କୋ । ସମଗ୍ର ବିଶ୍ୱରେ ଏହାକୁ ଲାଗୁ ପାଇଁ ଦାବି କରୁଛି, ୟୁନେସ୍କୋ 2023 ଗ୍ଲୋବାଲ୍ ଏଜୁକେସନ୍ ମନିଟରିଂ ରିପୋର୍ଟରୁ ଏକଥା ସାମ୍ନାକୁ ଆସିଛି । ଯେଉଁଥିରେ ଶ୍ରେଣୀ ଗୃହରେ ଟେକ୍ନୋଲୋଜି ବ୍ୟବହାର ଉପରେ ଅନେକ ଗବେଷଣା କରାଯାଇଥିଲା । ୟୁନେସ୍କୋର ରିପୋର୍ଟ ଅନୁଯାୟୀ ସ୍ମାର୍ଟଫୋନ୍ ବ୍ୟବହାର ଛାତ୍ରଛାତ୍ରୀମାନଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ଖରାପ । ସେହିପରି ସ୍ମାର୍ଟଫୋନ୍ ଛାତ୍ରଛାତ୍ରୀଙ୍କ ଧ୍ୟାନକୁ ନଷ୍ଟ କରିପାରେ । ପାଠ ପଢାରେ ଧ୍ୟାନ ଦେଉନାହାନ୍ତି ଛାତ୍ରଛାତ୍ରୀ । ବୁଧବାର ପ୍ରକାଶିତ 2023 ଗ୍ଲୋବାଲ୍ ଏଜୁକେସନ୍ ମନିଟରିଂ ରିପୋର୍ଟରୁ ଏକଥା ସାମ୍ନାକୁ ଆସିଛି । ରିପୋର୍ଟରୁ ଜଣାପଡିଛି ଯେ ଚାରୋଟି ଦେଶ ମଧ୍ୟରୁ ଜଣେ ପୂର୍ଣ୍ଣ କିମ୍ବା ଆଂଶିକ ସ୍ମାର୍ଟଫୋନ୍ ଉପରେ ନିଷେଧାଦେଶ ପ୍ରଣୟନ କରିସାରିଛି । ବାଂଲାଦେଶ ଏବଂ ସିଙ୍ଗାପୁରରେ ସ୍ମାର୍ଟଫୋନ୍ ଶ୍ରେଣୀଗୃହରେ ନିଷେଧ କିନ୍ତୁ ସମ୍ପୂର୍ଣ୍ଣ ବିଦ୍ୟାଳୟରେ ନୁହେଁ । ଫ୍ରାନ୍ସରେ ସ୍ମାର୍ଟଫୋନ୍ ଗୁଡିକ ଶିକ୍ଷାଦାନ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ । କିମ୍ବା ଭିନ୍ନକ୍ଷମ ପିଲାମାନଙ୍କୁ ସହାୟତା କରିବା ପାଇଁ ବ୍ୟବହୃତ ହୁଏ । ବିଦ୍ୟାଳୟରେ ଶିକ୍ଷାକୁ ସମର୍ଥନ କରିବାରେ କେବଳ ବୈଷୟିକ ଜ୍ଞାନର ସ୍ପଷ୍ଟ ଭୂମିକା ରହିଛି ବୋଲି ମିଳିତ ଜାତିସଂଘର ଶିକ୍ଷା ଏବଂ ବିଜ୍ଞାନ ଏଜେନ୍ସି କହିଛି ।
“The eyes believe themselves, the ears believe other people.”
More Stories
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ
ଅତ୍ୟଧିକ ଜଙ୍କଫୁଡ୍ ଆଣିଥାଏ ଏହି ସବୁ ସମସ୍ୟା
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ