ନୂଆ ଓଡ଼ିଶାର ପରିକଳ୍ପନା ପାଇଁ ସୋସିଆଲ ମିଡିଆ ହେବ ମୁଖ୍ୟ ମାଧ୍ୟମ । ନିର୍ବାଚନ ପାଇଁ ନୁହେଁ ବରଂ ଲୋକଙ୍କ ସମସ୍ୟା ଓ ଏହାର ସମାଧାନ ଲାଗି ସୋସିଆଲ ମିଡିଆକୁ ପ୍ରମୁଖ ଅସ୍ତ୍ର କରିବ ବିଜେଡି । ଏହାସହ ବିରୋଧୀଙ୍କ ଅପପ୍ରଚାରର ସିଧାସଳଖ ଜବାବ ସୋସିଆଲ ମିଡ଼ିଆ ଜରିଆରେ ଦେବାକୁ ଦିଆଯାଇଛି ପ୍ରଶିକ୍ଷଣ । ଫୋକସରେ ରହିବ ଫେସବୁକ , ଟୁଇଟର ଓ ଇନଷ୍ଟାଗ୍ରାମ । ସୋସିଆଲ ମିଡିଆ ସାଜିବ ସଶକ୍ତ ଓଡ଼ିଶାର ମୁଖ୍ୟ ଅସ୍ତ୍ର । ଫେସବୁକ୍, ଇନଷ୍ଟାଗ୍ରାମ, ଟ୍ବିଟର ଓ ହ୍ବାଟସଆପ୍ ପରି ସୋସିଆଲ ମିଡିଆ ପ୍ଲାଟଫର୍ମରେ ସକ୍ରିୟ ହେବେ ବିଜେଡି ନେତା ଓ କର୍ମୀ । ବିକାଶର ଚିତ୍ର ଓ ସରକାରଙ୍କ ବିଭିନ୍ନ ସଫଳ ଯୋଜନାକୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇବ ଦଳ । ଜନସେବା ସହ ଲୋକଙ୍କ ସମସ୍ୟା ସୋସିଆଲ ମିଡ଼ିଆରେ ଶୁଣି ସମାଧାନର ବାଟ ଫିଟାଇବେ ନେତା । ଖାସ ଏଥିଲାଗି ବିଜେଡ଼ି ବିଧାୟକ, ସାଂସଦ, ନିର୍ବାଚିତ ପ୍ରତିନିଧିଙ୍କୁ ଦିଆଯାଇଛି ପ୍ରଶିକ୍ଷଣ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ