ଲୋକଙ୍କ ପାଖରେ ପହଞ୍ଚୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ । ଯାହା ଘରେ ଘରେ ଗ୍ରହଣୀୟ ହୋଇଛି । ଏବେ ଏହାକୁ ଆହୁରି ଗ୍ରହଣୀୟ କରିବା ପାଇଁ ସୋସିଆଲ ମିଡିଆ ଜରିଆରେ ନୀରିକ୍ଷଣ ପାଇଁ ଲୋକଙ୍କୁ ସୁଯୋଗ ଦେବ ବିଜେଡି । ବିଶ୍ବରେ ଯୁବକମାନଙ୍କ ସଂଖ୍ୟା ବଢୁଛି । ଏଥି ସହ ବଢୁଛି ନୂଆ ଭୋଟରଙ୍କ ସଂଖ୍ୟା । ସେମାନଙ୍କୁ ଅଧିକରୁ ଅଧିକ ଯୋଡ଼ିବାକୁ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବିଜେଡି ବ୍ୟବହାର କରିବ । କାରଣ ଯୁବ ପିଢ଼ି ଇନଷ୍ଟାଗ୍ରାମ ଓ ୟୁ-ଟ୍ୟୁବ ପରି ସାଇଟକୁ ଅଧିକ ବ୍ୟବହାର କରନ୍ତି । ଖାସ୍ କରି ସେମାନଙ୍କୁ ଗୋଟାଏ ଖସଡ଼ାରେ ଯୋଡ଼ି ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଓ ଆଗକୁ ହେବାକୁ ଥିବା ବିକାଶ ଖସଡ଼ାକୁ ପୋଷ୍ଟିଂ କରିବାକୁ ଇନଷ୍ଟାଗ୍ରାମ ସାଜିବ ବଡ଼ ମାଧ୍ୟମ । ଦେଶରେ ୩ ମିଲିୟନ ଇନଷ୍ଟାଗ୍ରାମ ଫଲୋର୍ସ କ୍ଲବରେ ଅଛନ୍ତି ନବୀନ ପଟ୍ଟନାୟକ । ଯାହା ତାଙ୍କ ଲୋକପ୍ରିୟତାକୁ ପ୍ରମାଣିତ କରିଛି । କାରଣ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାର ବିକାଶକୁ ନବୀନ ସରକାରରେ ବିଶ୍ବ ଦେଖିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା