ମୁଖ୍ୟମନ୍ତ୍ରୀ ଭାବେ ପୁନର୍ବାର ମନୋନୀତ ହୋଇଛନ୍ତି ଭୂପେନ୍ଦ୍ର ପଟେଲ୍ । ‘ବିଜେପି’ ବିଧାୟକମାନଙ୍କ ବୈଠକରେ ପୁଣିଥରେ ସେ ମନୋନୀତ ହୋଇଛନ୍ତି । ନିର୍ବାଚନରେ ବିଜୟୀ ହେବା ପରେ ଗୁରୁବାର ଦିନ ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଭୂପେନ୍ଦ୍ର ପଟେଲ୍ । ମୁଖ୍ୟମନ୍ତ୍ରୀ ଭାବେ ପଟେଲ୍ଙ୍କ ନାମ ପ୍ରସ୍ତାବ ଦେଇଥିଲେ କନୁଭାଇ ଦେଶାଇ। ତାଙ୍କ ପ୍ରସ୍ତାବକୁ ବିଧାୟକମାନେ ନିର୍ବିବାଦରେ ସମ୍ମତି ଦେଇଥିଲେ । ସୋମବାର ଦିନ ଭୂପେନ୍ଦ୍ର ପଟେଲ୍ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତାଙ୍କ ସହିତ ସେଦିନ ୨୦ଜଣ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ଶପଥ ନେବେ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ