ମହାଶିବରାତ୍ରୀରେ ଗୁଜରାଟର ପ୍ରସିଦ୍ଧ ସୋମନାଥ ମନ୍ଦିରରେ ଦେଢକୋଟି ଟଙ୍କା ଦାନ କରିଛନ୍ତି ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପର ମୁଖ୍ୟ ମୁକେଶ ଅମ୍ବାନୀ । ବଡ ପୁଅ ଆକାଶ ଅମ୍ବାନୀଙ୍କ ସହ ମନ୍ଦିରରେ ପହଞ୍ଚି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ସହ ଏହି ଦାନ କରିଛନ୍ତି ମୁକେଶ ଅମ୍ବାନୀ । ପୂଜାର୍ଚ୍ଚନା ସମୟର ବିଭିନ୍ନ ଫଟୋ ଓ ଭିଡିଓ ସାମ୍ନାକୁ ଆସୁଛି । ଉଭୟ ମୁକେଶ ଓ ଆକାଶ ହାତଯୋଡି ପୂଜା କରୁଥିବାବେଳେ ଅନ୍ୟଏକ ଫଟୋରେ ରୂପା କଳସରେ ଜଳାଭିଷେକ କରୁଥିବା ଦେଖିବାକୁ ମିଳିଛି । ଗତବର୍ଷ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଲା ଭେଙ୍କେଟେଶ୍ୱର ମନ୍ଦିରକୁ ଦେଢକୋଟି ଟଙ୍କା ଦାନ କରିଥିଲେ । ଏହି ଅବସରରେ ମନ୍ଦିର ପୂଜକ ଅମ୍ବାନୀ ପରିବାରକୁ ସ୍ୱତନ୍ତ୍ର ଚାଦର ଉପହାର ସ୍ବରୂପ ଦେଇଛନ୍ତି । ସୋମନାଥ ମନ୍ଦିର ଦେଶର ଅନ୍ୟତମ ପ୍ରସିଦ୍ଧ ଶିବମନ୍ଦିର ଅଟେ । ଦେଶର ୧୨ଟି ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଏହାର ଅନ୍ୟତମ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ