ଜାମ୍ମୁ କାଶ୍ମୀର ସୋପିଆନ ଅଞ୍ଚଳରେ ସେନାର ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଦୁଇ ଆତଙ୍କବାଦୀ ଲସକର-ଏ-ତୋଇବା ସଂଗଠନର ସଦସ୍ୟ ବୋଲି ଜଣାପଡିଛି । ଦୁଇ ନିହତ ଆତଙ୍କବାଦୀ ସ୍ଥାନୀୟ ଅଂଚଳର ହୋଇଥିବା ସୂଚନା । ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଅବରାର ନାମକ ଆତଙ୍କବାଦୀ କାଶ୍ମୀର ପଣ୍ଡିତଙ୍କ ନରସଂହାରରେ ଜଡ଼ିତ ଥିଲା । ଗତ ଫେବୃଆରୀରେ ପୁଲୱାମା ଅଂଚଳରେ କାଶ୍ମୀର ପଣ୍ଡିତ ସଂଜୟ ଶର୍ମାଙ୍କ ହତ୍ୟାରେ ସାମିଲ ଥିଲା ଜାସିମ ଫାରୁକ ଓରଫ ଅବରାର । ଗତକାଲି ରାତିରୁ ଚାଲିଥିଲା କାଶ୍ମୀର ପୋଲିସ ଓ ସେନାର ମିଳିତ ଏନକାଉଣ୍ଟର । ସୋପିଆନ ଜିଲ୍ଲାର ଆସିପୋରା ଗାଁ ନିକଟରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ପାକିସ୍ତାନର ନିଶିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଇବା ସହ ସମ୍ପର୍କରେ ଏହି ଦୁଇ ଆତଙ୍କବାଦୀ କାର୍ଯ୍ୟକଳାପ ଚଲାଇ ଆସୁଥିଲେ । ମାସକ ମଧ୍ୟରେ ସେନା ଓ ଆତଙ୍କବାଦୀ ମଧ୍ୟରେ ଏହା ତୃତୀୟ ଗୁଳିବିନିମୟ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ