ଆଗକୁ ରାଜ୍ୟସଭା ନିର୍ବାଚନ । କେଉଁ ଦଳରୁ କିଏ ଯିବେ ରାଜ୍ୟସଭା, ଏଥିପାଇଁ ଅଙ୍କକଷା ଚାଲିଛି । ଏସବୁ ଭିତରେ ସୋନିଆ ଗାନ୍ଧୀଙ୍କୁ ନେଇ ଆସୁଛି ବଡ଼ ସୂଚନା । ଲୋକସଭାରୁ ନୁହେଁ ରାଜ୍ୟସଭାରୁ ଏଥର ସଂସଦକୁ ଯାଇପାରନ୍ତି, ପୂର୍ବତନ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ରାଜସ୍ଥାନରୁ ରାଜ୍ୟସଭା ଯାଇପାରନ୍ତି ସୋନିଆ ଗାନ୍ଧୀ । ରାଜ୍ୟସଭାରୁ ୩ଟି ଆସନ ଖାଲି ହେବାକୁ ଯାଉଛି । ଏଥି ୩ଟି ଆସନ ମଧ୍ୟରୁ ଗୋଟିଏ ଆସନରେ ସୋନିଆ ଗାନ୍ଧୀ ରାଜ୍ୟସଭା ଯାଇପାରନ୍ତି । ସଂଖ୍ୟା ଗଣିତର ଆକଳନ ଅନୁସାରେ ୨ଟି ଆସନ ବିଜେପି ଖାତାକୁ ଯାଉଥିବା ବେଳେ ଗୋଟିଏ ଆସନରେ କଂଗ୍ରେସ ଜିତିବାର ସଂଭାବନା ରହିଛି । ତେବେ ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ୫୬ ଆସନରୁ ୧୦ଟି ଆସନରେ କଂଗ୍ରେସ ଜିତିବାର ସମ୍ଭାବନା ରହିଛି । ତେଲେଙ୍ଗାନାରୁ ୨, କର୍ଣ୍ଣାଟକରୁ ୩, ରାଜସ୍ତାନ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ ଏବଂ ବିହାରୁ ଗୋଟିଏ ଲେଖାଏଁ ଆସନରୁ ବିଜୟୀ ହୋଇପାରେ କଂଗ୍ରେସ । ସୋନିଆ ଗାନ୍ଧୀ, ରାଜସ୍ତାନରୁ ରାଜ୍ୟସଭା ଯିବା ପରେ ତାଙ୍କ ଆସନରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି, ପ୍ରିୟଙ୍କା ଗାନ୍ଧୀ ।
“The eyes believe themselves, the ears believe other people.”
More Stories
କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ, ଲାଗିଛି ବ୍ୟାପକ ପ୍ରସ୍ତୁତି
କଥା ରଖିଲେ ମୋହନ, ଶ୍ରୀମନ୍ଦିରକୁ 500 କୋଟିର କର୍ପସ ପାଣ୍ଠି ମଞ୍ଜୁର
ସବୁଠୁ ବଡ ସମସ୍ୟା ମହିଳାଙ୍କ ସୁରକ୍ଷା- ସୁପ୍ରିୟା ଶ୍ରୀନେତ