The Topmost

“The eyes believe themselves, the ears believe other people.”

ସୋନିଆଙ୍କୁ ଅଧିକ ସମୟ ଦେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲା । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କ ଅନୁରୋଧକୁ ରକ୍ଷା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପରବର୍ତ୍ତୀ ତାରିଖ ସମ୍ପର୍କରେ ନିଷ୍ପତ୍ତି ନେବ ଇଡି । ଆଜି ସୋନିଆ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗରେ ହାଜର ହେବାର ଥିଲା । ଏଥିପାଇଁ ତାଙ୍କୁ ସମନ ଜାରି କରିଥିଲା ଏଜେନ୍ସି । କିନ୍ତୁ କୋଭିଡରୁ ସୁସ୍ଥ ହେବା ପରେ ତାଙ୍କୁ ବିଶ୍ରାମ ଦେବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ଏ ଦୃଷ୍ଟିରୁ ସେ ହାଜର ହେବା ପାଇଁ ଅଧିକ ସମୟ ଲୋଡ଼ିଥିବା କଂଗ୍ରେସ ସାଧାରଣ ସଂପାଦକ ଜୟରାମ ରମେଶ ସୂଚନା ଦେଇଛନ୍ତି । ଏହି ମାମଲାରେ ରାହୁଲ ଗାନ୍ଧି ୫ ଥର ଇଡିରେ ହାଜର ହୋଇସାରିଛନ୍ତି ।