The Topmost

“The eyes believe themselves, the ears believe other people.”

sonakshi

ସୋନାକ୍ଷୀଙ୍କ ନିର୍ବନ୍ଧ

ବଲିଉଡ୍‌ ଦବଙ୍ଗ ଗର୍ଲ ସୋନୀକ୍ଷୀ ସିହ୍ନାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଦୀର୍ଘ ଦିନରୁ ଚର୍ଚ୍ଚା ଜାରି ରହିଛି । ଏହାରି ମଧ୍ୟରେ ଅଭିନେତ୍ରୀ ସୋନାକ୍ଷୀ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ କିଛି ଫଟୋ ସେୟାର କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ସୋନାକ୍ଷୀ ଏହି ଫଟୋରେ କାହାର ହାତ ଧରିଛନ୍ତି । ପ୍ରତି ଫଟୋରେ ସୋନାକ୍ଷୀ ଜଣେ ମିଷ୍ଟ୍ରି ମ୍ୟାନଙ୍କ ସହ ଦେଖାଯାଉଛନ୍ତି, କିନ୍ତୁ କୌଣସି ଗୋଟିଏ ଫଟୋରେ ସେ ଏହି ମିଷ୍ଟ୍ରି ମ୍ୟାନଙ୍କ ଚେହେରାକୁ ପ୍ରକାଶ କରିନାହାନ୍ତି । ବର୍ତ୍ତମାନ ସେ ମିଷ୍ଟ୍ରି ମ୍ୟାନ କିଏ, ତାହାକୁ ନେଇ ଏବେ ବି ସସ୍‌ପେନ୍ସ ଜାରି ରହିଥିବା ବେଳେ ପ୍ରତିଟି ଫଟୋରେ ସୋନାକ୍ଷୀ ତାଙ୍କ ରିଙ୍ଗ୍‌କୁ ଫ୍ଲଣ୍ଟ୍‌ କରୁଥିବା ନଜର ଆସିଛନ୍ତି । ଅଭିନେତ୍ରୀ ସୋସିଆଲ ମିଡିଆରେ ତିନୋଟି ଭିନ୍ନ ଭିନ୍ନ ଫଟୋ ଅପଲୋଡ୍‌ କରି ଗୁଡ୍‌ ନୁ୍ୟଜ ସେୟାର କରିଛନ୍ତି । ଏଥିରେ ଲେଖିଛନ୍ତି, ‘ମୋ ପାଇଁ ବହୁତ ବଡ଼ ଦିନ । ମୋର ସବୁଠୁ ବଡ଼ ସ୍ୱପ୍ନ ସତ ହେବାକୁ ଯାଉଛି ।’ ଏହି ଫଟୋକୁ ଦେଖି ତାଙ୍କ ନିର୍ବନ୍ଧ ଶେଷ ହୋଇଥିବା ଜଣାପଡ଼ୁଛି ଏବଂ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସେଲିବ୍ରେଟି ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଯଦିଓ ସୋନାକ୍ଷୀ ତାଙ୍କ ସାଥୀଙ୍କ ନାମ ପ୍ରକାଶ କରିନାହାନ୍ତି, କିନ୍ତୁ ଗତ କିଛି ଦିନରୁ ନୋଟ୍‌ବୁକ୍‌ ଫେମ୍‌ ଆକଫର ଜହୀର ଇକବାଲ୍‌ଙ୍କ ସହ ତାଙ୍କର ଡେଟିଂ ଖବର ଚର୍ଚ୍ଚାରେ ରହିଛି । ହେଲେ ଦୁହେଁ ଏପର୍ଯ୍ୟନ୍ତ ସେମାନଙ୍କ ରିଲେସନସିପ୍‌କୁ ନେଇ କିଛି ଘୋଷଣା କରିନାହାନ୍ତି । ସୋନାକ୍ଷୀ ସିହ୍ନା ୨୦୧୦ରେ ସଲମାନ ଖାନଙ୍କ ଫିଲ୍ମ ଦବଙ୍ଗରୁ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ରାଉଡି ରାଠୋର, ଦବଙ୍ଗ ୨ ଓ ୩, ଲୁଟେରା, ହଲିଡେ, ଅକିରା, ମିସନ ମଙ୍ଗଳ ପରି ଫିଲ୍ମରେ କାମ କରିସାରିଛନ୍ତି । ନିକଟରେ ସୋନାକ୍ଷୀ ଫିଲ୍ମ ଭୁଜ୍‌: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆରେ ଅଜୟ ଦେବଗନଙ୍କ ସହ ନଜର ଆସିଥିଲେ । ଆଗକୁ ତାଙ୍କର କାକୁଡା ଏବଂ ଡବଲ୍‌ ଏକ୍ସଏଲ୍‌ ଫିଲ୍ମ ଆସୁଛି ।