ନୂଆଦିଲ୍ଲୀ: ମାର୍ଚ୍ଚ ୦୪: ଋଷ ଓ ୟୁକ୍ରେନ ଯୁଦ୍ଧର ପ୍ରଭାବ ବିଶ୍ୱର ସେୟାର ବଜାର ଉପରେ ଜୋରଦାର ଆଘାତ କରିଛି । ଭାରତୀୟ ସେୟାର ବଜାର ମଧ୍ୟ ଏଥିରେ ପ୍ରଭାବିତ ହୋଇଛି । ସୁଚନା ଅନୁସାରେ ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ୭୦୦ ପଏଣ୍ଟ ଖସିଛି । ସେହିପରି ନିଫ୍ଟି ମଧ୍ୟ ୧୦୦ ଅଙ୍କ ତଳକୁ ଖସିଛି । ୫୮୦ ପଏଣ୍ଟ ଖସି ମାର୍କେଟ ୫୪୬୫୩.୫୯ ପଏଣ୍ଟରେ ଖୋଲିଥିଲା । ୯.୨୦ ବେଳକୁ ଏହା ହ୍ରାସ ପାଇ ୭୪୪.୦୭ ରେ ପହଞ୍ଚିଥିଲା । ସେହିପରି ଗୁରୁବାର ମାର୍କେ ୫୫୧୦୨.୬୮ରେ ବନ୍ଦ ହୋଇଥିଲା । ନିଫ୍ଟି ୨୦୦ ଅଙ୍କ ତଳେନିଫ୍ଟିରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ସକାଳ ୯ଟା ୨୦ ସୁଦ୍ଧା ନିଫ୍ଟି ୨୧୬.୫୦ ଅଙ୍କ ହ୍ରାସ ପାଇ ୧୬୨୮୧.୫୫କୁ ଖସିଥିଲା । ଗୁରୁବାର ଏହା ୧୬୪୯୮.୦୫ରେ ବନ୍ଦ ହୋଇଥିଲା ।ସେୟାର ବଜାରରେ ହ୍ରାସ ସତ୍ତ୍ୱେ ଟାଟା ଷ୍ଟିଲ୍ ଭଲ କାରବାର କରିଛି । କମ୍ପାନୀର ବେସ୍ ପ୍ରାଇସ ୦.୯ ପ୍ରତିଶତ ବୃଦ୍ଧି ପାଇ ୧୩୧୫.୧୦ ଟଙ୍କାରେ ପହଁଚିଛି । ଏହା ବ୍ୟତୀତ ଏନଟିପିସି, ଆଇଟିସିର ସେୟାର ମଧ୍ୟ ଭଲ କାରବାର କରୁଥିବା ଦେଖିବାକୁ ମିଳିଛି ।
More Stories
ସଫଳତା ରାତାରାତି ଆସେନି, ଏଥିପାଇଁ ଦରକାର ହାଡଭଙ୍ଗା ପରିଶ୍ରମ
ବଡ ଅଧିକାରୀ କରୁଥିଲେ ଡ୍ରଗ୍ ଚୋରା ଚାଲାଣ
ହାଇଦ୍ରାବାଦରୁ ବ୍ୟାଙ୍କକ୍ ଯାଉଥିବା ବିମାନରେ ବୋମା..