୨ ବର୍ଷର କରୋନା ପରେ ପୁଣି ଆସିଛି ନୂଆବର୍ଷ । ଧୁମଧାମରେ ଲୋକେ ଏହାକୁ ପାଳନ କରିବେ। ନୂଆବର୍ଷକୁ କିଭଳି ଶାନ୍ତି ଶୃଙ୍ଖଳାରେ ପାଳନ କରାଯିବ, ସେନେଇ ଉଭୟ କମିଶନରେଟ ପୋଲିସ ଓ ଅବକାରୀ ବିଭାଗ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ । ସେଲିବ୍ରେସନ କର କିନ୍ତୁ କ୍ରାଇମ କରନି । ମତୁଆଲା ହୁଅ କିନ୍ତୁ ନିୟମ ଭାଙ୍ଗନି । ନ୍ୟୁଇୟର ପୂର୍ବରୁ ଆକ୍ସନ ମୋଡରେ କମିଶନରେଟ୍ ପୋଲିସ । ବାର, ପବ, ହୋଟେଲରେ ଚେକିଂ । ଧୁମଧାମରେ କଟିବ ବଡ଼ଦିନ ଓ ନୂଆବର୍ଷ । ଜିରୋ ନାଇଟ ସେଲିବ୍ରେସନ ପାଇଁ ମାସକ ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ୨୦୨୪କୁ ସ୍ୱାଗତ ପାଇଁ ହୋଟେଲ, ପବ, ଡ୍ୟାନ୍ସ ବାର ପ୍ରସ୍ତୁତ ହୋଇରହିଥିବା ବେଳେ ସେମାନଙ୍କ ଉପରେ ଆଖି ରଖିଛି ଅବକାରୀ ବିଭାଗ । ୧୨ ଟା ରାତି ପରେ କ୍ଲବ, ପବ ଚଳାଇବା ପାଇଁ ଆବେଦନ ମୁତାବକ ଅନୁମତି ମିଳିଛି । ଡିସେମ୍ବର ୩୧ ତାରିଖ ଓ ଜାନୁଆରୀ ୧ ତାରିଖରେ ଟୁଇନ ସିଟିରେ ପୋଲିସ ବ୍ୟାପକ ଭାବେ ପ୍ରହରା ମାରିବ । ଭିଡ ନିୟନ୍ତ୍ରଣ ଓ ଡ୍ରଙ୍କ ଆଣ୍ଡ ଡ୍ରାଇଭ ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ପାଟ୍ରୋଲିଂ କରିବା ସହ ନାକାବନ୍ଦୀ କରିବ । ବଡ଼ଦିନ ପାଇଁ ଚର୍ଚ୍ଚ, ପିକନିକ୍ ପ୍ଲେସରେ ମଦ୍ୟପଙ୍କ ଉପଦ୍ରବ ରୋକିବା ପାଇଁ ପ୍ରତ୍ୟେକ ଥାନାକୁ ବ୍ରେଥ୍ ଆନାଲାଇଜର ଦିଆଯାଇଛି । ନୂତନ ବର୍ଷ ସଭିଙ୍କ ପାଇଁ ସୁଖ ଶାନ୍ତି ଆଣୁ । କିନ୍ତୁ ସେଲିବ୍ରେସନ ଆଳରେ କେହି ଆଇନକୁ ହାତକୁ ନିଅନ୍ତୁ ନାହିଁ ବୋଲି କହିଛି କମିଶନରେଟ ପୋଲିସ
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି