The Topmost

“The eyes believe themselves, the ears believe other people.”

ସେମିର ୪ର୍ଥ ଦଳ ଦୌଡ଼ରେ କିଏ ମାରିବ ବାଜି

ଚତୁର୍ଥ ଦଳ ଭାବେ କିଏ ପାଇବ ବିଶ୍ବକପ ସେମିଫାଇନାଲ ଟିକେଟ । ସେମି ଆଶା ପକ୍କା କରିବାକୁ ଆଜି ଶ୍ରୀଲଙ୍କା ସହ ଲଢିବ ନ୍ୟୁଜିଲାଣ୍ଡ । ସେମିର ୪ର୍ଥ ଦଳ ଦୌଡ଼ରେ ଏବେ ରହିଛନ୍ତି ନ୍ୟୁଜିଲାଣ୍ଡ, ପାକିସ୍ତାନ । ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଯଦି ନିଜ ନିଜର ଶେଷ ମ୍ୟାଚ ଜିତନ୍ତି ତେବେ ନେଟ୍ ରନରେଟ ଅନୁସାରେ ୪ର୍ଥ ଦଳ ନିର୍ଦ୍ଧାରଣ ହେବ । ବର୍ତ୍ତମାନର ରନରେଟ ଅନୁସାରେ ନ୍ୟୁଜିଲାଣ୍ଡ ପାକିସ୍ତାନଠାରୁ ଆଗୁଆ ରହିଛି । ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ନ୍ୟୁଜିଲାଣ୍ଡ ନିଜର ଶେଷ ଲିଗ୍ ମ୍ୟାଚ ଶ୍ରୀଲଙ୍କା ବିପକ୍ଷରେ ଖେଳିବ । ଆଫଗାନିସ୍ତାନକୁ ଅଷ୍ଟ୍ରେଲିଆ ପରାଜିତ କରିବା ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ପାଇଁ ଖୁସି ଖବର ଆଣିଛି । ଉଭୟ ଟିମର ସେମିଫାଇନାଲ ଟିକେଟ ହାତେଇବା ଆଶା ଆହୁରି ଉଜ୍ଜିବୀତ ହୋଇଛି । ଆଜି ନ୍ୟୁଜିଲାଣ୍ଡ ବିଜୟୀ ହେଲେ ସେମିଫାଇନାଲ ରେସରେ ସବୁଠୁ ଆଗରେ ରହିବ ।